ଓଡିଶା

odisha

ETV Bharat / state

ମାଡ଼ି ଆସୁଛି ଖରା, ଜୋର ପାଣିକୁ ବାଲିବସ୍ତା ପକାଇ ସଂରକ୍ଷଣ କଲେ ଗ୍ରାମବାସୀ - ପଣ୍ଡିଗାଁରେ ଜଳ ସଂରକ୍ଷଣ

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଥିବା ବେଳେ ଚିନ୍ତା ବଢ଼ାଇଛି ଜଳ । କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ପଣ୍ଡିଗାଁରେ ଜଳକୁ ସଂରକ୍ଷିତ ରଖିବା ପାଇଁ ଏକଜୁଟ ହୋଇଛନ୍ତି ଗ୍ରାମବାସୀ । ଅଧିକ ପଢ଼ନ୍ତୁ

water conservation by villagers in kalahandi
ମାଡ଼ି ଆସୁଛି ଖରା, ଜୋର ପାଣିକୁ ବାଲିବସ୍ତା ପକାଇ ସଂରକ୍ଷଣ କଲେ ଗ୍ରାମବାସୀ

By

Published : Mar 29, 2022, 11:14 AM IST

ଭବାନୀପାଟଣା: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଥିବାବେଳେ ଚିନ୍ତା ବଢ଼ାଇଛି ଜଳ। ଖରାର ପ୍ରକୋପ ବଢ଼ିବା ସଙ୍ଗେସଙ୍ଗେ ଦେଖା ଦେଉଛି ଜଳ ସଙ୍କଟ। କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ପଣ୍ଡିଗାଁରେ ଜଳକୁ ସଂରକ୍ଷିତ ରଖିବା ପାଇଁ ଏକଜୁଟ ହୋଇଛନ୍ତି ଗ୍ରାମବାସୀ। ଗାଁରେ ପ୍ରବାହିତ ହେଉଥିବା ଲିଟିଜୋର ପାଣିକୁ ବାଲି ବସ୍ତା ପକାଇ ଅଟକାଉଛନ୍ତି ଗ୍ରାମବାସୀ।

ମାଡ଼ି ଆସୁଛି ଖରା, ଜୋର ପାଣିକୁ ବାଲିବସ୍ତା ପକାଇ ସଂରକ୍ଷଣ କଲେ ଗ୍ରାମବାସୀ

ଗ୍ରୀଷ୍ମ ତାପ ପ୍ରକୋପରେ ନଦୀ ନାଳ ଝରଣା ଭଳି ପ୍ରାକୃତିକ ଜଳ ଉତ୍ସ ସମେତ କୂଅ ପୋଖରୀ ସବୁ ଶୁଖିଯାଉଥିବାରୁ ପ୍ରଭାବିତ ହେଉଛନ୍ତି ଗାଈ,ଗୋରୁ ଛେଳି ମେଣ୍ଢା ସମେତ ବନ୍ୟ ପ୍ରାଣୀ ଓ ପକ୍ଷୀ ସମୂହ । ଲୋକଙ୍କୁ ପାନୀୟ ଜଳ ମଧ୍ୟ ସହଜରେ ଉପଲବ୍ଧ ହେଉନଥିବା ବେଳେ ପାଣି ମୁନ୍ଦାଏ ପାଇଁ ଡହଳ ବିକଳ ହେଉଛନ୍ତି ସଭିଏଁ । ଦୀର୍ଘ ୨୨ ବର୍ଷ ପରେ ଚଳିତ ବର୍ଷ ଇନ୍ଦ୍ରାବତୀ ଜଳ ସେଚନ ବିଭାଗ ତରଫରୁ ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲର ମରାମତି ପାଇଁ ଜଳ ସେଚନକୁ ବନ୍ଦ କରାଯାଇଛି । ଆଗକୁ ଗ୍ରୀଷ୍ମର ତାପ ବୃଦ୍ଧି ପାଇବା ନେଇ ଆଗୁଆ ସଚେତନ ହୋଇଛନ୍ତି ପଣ୍ଡିଗାଁ ଗ୍ରାମବାସୀ। ଏହି ପାଣି ଅଟକିବା ଦ୍ବାରା ଗ୍ରାମବାସୀଙ୍କ ନିତିଦିନିଆ ବ୍ୟବହାର ସହ ଗାଈ ଗୋରୁ ସମେତ ଅନ୍ୟ ପ୍ରାଣୀମାନଙ୍କ ଜୀବନ ରକ୍ଷା ପାଇପାରିବ ।

ଜିଲ୍ଲାରେ ଲିଟିଜୋର ଭଳି କୁଲେଇଲୋର, ଘର୍ଲାଜୋର, ବଙ୍କାପଲା ନାଳ, ବୋଦେଇବନ୍ଧ ନାଳ, ଚୁରାଗାଁ ଜୋର ଆଦି ବିଭିନ୍ନ ସ୍ଥାନରେ ପ୍ରବାହିତ ହେଉଛି। ମାତ୍ର ଗ୍ରୀଷ୍ମ ଆସିଲେ ଜଳ ସଙ୍କଟ ଭୋଗୁଛନ୍ତି ଗ୍ରାମବାସୀ। ତେଣୁ ବ୍ଲକ ପ୍ରଶାସନ ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଇଁ ଜରୁରୀକାଳୀନ ଭିତ୍ତିରେ ଏହାର ସମାଧାନ କରିବାରେ ପ୍ରୟାସ କଲେ ଲୋକଙ୍କ ସମସ୍ୟା ଦୂର ହୋଇପାରିବ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details