ଓଡିଶା

odisha

ETV Bharat / state

କାନ୍ଥ ଭୁଷୁଡି ଶାଶୂ ମୃତ, ବୋହୂ ଗୁରୁତର - ବୁର୍ଲା ଡାକ୍ତରଖାନା

କାନ୍ଥ ଭୁଷୁଡି ପଡିବାରୁ ଅର୍କାବାହାଳିପଡାରେ ଶାଶୂ ମୃତ୍ୟୁବରଣ କରିଥିବା ବେଳେ ବୋହୂ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

By

Published : Aug 12, 2019, 8:07 PM IST

କଳାହାଣ୍ଡି: ଲଗାଣ ବର୍ଷା ଯୋଗୁଁ ମାଟି କାନ୍ଥ ଭୁଷୁଡିପଡିବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି । ଭବାନୀପାଟଣାର ଅର୍କାବାହାଳିପଡାରେ ଏହି ଅଘଟଣ ଘଟିଛି । ମୃତକ ଜଣଙ୍କ ଶାଶୂ ହୋଇଥିବା ବେଳେ ଗୁରୁତର ଆହତ ଜଣକ ତାଙ୍କ ବୋହୂ ହୋଇଥିବା ଜଣାପଡିଛି । ବୋହୂଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ଅର୍କାବାହାଳିପଡାରେ ଶାଶୁ ରାଣୀମତୀ ସିଂ ଓ ବୋହୂ ଯୋଶବନ୍ତୀ ସିଂ ରୋଷେଇ କରୁଥିବା ବେଳେ ହଠାତ୍‌ ରୋଷେଇ ଘର ଭୁଷୁଡି ପଡିଥିଲା । ସ୍ଥାନୀୟ ଲୋକେ ଦୁଇଜଣଙ୍କୁ କାନ୍ଥ ତଳୁ ଉଦ୍ଧାର କରି ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ରାଣୀମତୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ସେହିଭଳି ଯୋଶବନ୍ତୀଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି।


କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details