ଓଡିଶା

odisha

ETV Bharat / state

Municipal Election 2022: କଳାହାଣ୍ଡିରେ ମତଦାନ ଆରମ୍ଭ - ପୌର ନିର୍ବାଚନ ଖବର

ଆଜି ପୌର ନିର୍ବାଚନ । ଏଥିପାଇଁ ସକାଳ ୮ଟାରୁ କଳାହାଣ୍ଡି ଜିଲ୍ଲାରେ ପୌର ନିର୍ବାଚନ ମତଦାନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ । ଅଧିକ ପଢନ୍ତୁ

Municipal Election: କଳାହାଣ୍ଡି ଜିଲ୍ଲାରେ ଆରମ୍ଭ ହେଲା ମତଦାନ
Municipal Election: କଳାହାଣ୍ଡି ଜିଲ୍ଲାରେ ଆରମ୍ଭ ହେଲା ମତଦାନ

By

Published : Mar 24, 2022, 9:15 AM IST

Updated : Mar 24, 2022, 3:42 PM IST

ଭବାନୀପାଟଣା: ଆରମ୍ଭ ହେଲା ଭୋଟ ଗ୍ରହଣ । କଳାହାଣ୍ଡି ଜିଲ୍ଲାରେ ସକାଳ ୮ଟାରୁ ପୌର ନିର୍ବାଚନ ମତଦାନ ଆରମ୍ଭ ହୋଇଥିବା ବେଳେ ଏହା ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ । ଭୋଟ ଦେଇ ନିଜ ଜନ ପ୍ରତିନିଧି ବାଛୁଛନ୍ତି ମତଦାତା । ପୌର ନିର୍ବାଚନକୁ ନେଇ ଭୋଟରଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଥିବା ବେଳେ ନେତା ଓ ପ୍ରାର୍ଥୀଙ୍କ ମନରେ ଉତ୍କଣ୍ଠା ଦେଖା ଦେଇଛି।

କଳାହାଣ୍ଡିରେ ମତଦାନ ଆରମ୍ଭ

ଭବାନୀପାଟଣା ପୌର ପରିଷଦରେ ୫୮ଟି ବୁଥ ମାଧ୍ୟମରେ ୫୭ ହଜାର ୭୧୧ ଜଣ ଭୋଟର ନିଜର ଭୋଟ ଦେଉଥିବା ବେଳେ କେସିଙ୍ଗା ଏନଏସିରେ ୧୭ଟି ବୁଥରେ ୧୪ ହଜାର ୨୦୫ ଜଣ ଭୋଟ ଦେଉଛନ୍ତି । ସେହିଭଳି ଜୁନାଗଡ଼ ଏନଏସିରେ ୧୮ଟି ବୁଥ ମାଧ୍ୟମରେ ୧୪ ହଜାର ୭୪୩ ଜଣ ଭୋଟର ନିଜର ମତ ସାବ୍ୟସ୍ତ କରୁଥିବା ବେଳେ ଧର୍ମଗଡ଼ ଏନଏସିରେ ୧୪ଟି ବୁଥରେ ୧୨ହଜାର ୫୫୧ ଜଣ ଭୋଟର ମତ ସାବ୍ୟସ୍ତ କରୁଛନ୍ତି ।

ନିର୍ବାଚନ ପରିଚାଳନା ପାଇଁ ୬୦୩ ଜଣ ପୋଲିଂ ଅଧିକାରୀଙ୍କୁ ନିଯୁକ୍ତି କରାଯାଇଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସେହିଭଳି ୧୨ଟି ମୋବାଇଲ ପେଟ୍ରୋଲିଂ ଟିମକୁ ନିଯୁକ୍ତି କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଶାନ୍ତି ଶୃଙ୍ଖଳାର ସହ ଆରମ୍ଭ ହୋଇଛି ମତଦାନ । ଦିବ୍ୟାଙ୍ଗଙ୍କ ପାଇଁ ବୁଥ ମାନଙ୍କରେ ହୁଇଲ ଚେଆର ବ୍ୟବସ୍ଥା କରାଯାଇଥିବା ବେଳେ ବୃଦ୍ଧ ବୃଦ୍ଧାଙ୍କ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

Last Updated : Mar 24, 2022, 3:42 PM IST

ABOUT THE AUTHOR

...view details