ଓଡିଶା

odisha

ETV Bharat / state

5th Phase Voting:କଳାହାଣ୍ଡି ଓ ଗଜପତିରେ ମତଦାନ ଜାରି

ପଞ୍ଚାୟତ ନିର୍ବାଚନର ଶେଷ ପର୍ଯ୍ୟାୟରେ କଳାହାଣ୍ଡି ଜିଲ୍ଲାର କେଶିଙ୍ଗା, କଲମପୁର ଓ ଥୁଆମୂଳ ରାମପୁର ବ୍ଲକରେ ଆରମ୍ଭ ହୋଇଯାଇଛି ମତଦାନ । ସେହିପରି ଗଜପତି ଜିଲ୍ଲାର ଗୋଷାଣୀ ବ୍ଲକରେ ମତଦାନ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

5th Phase Voting: କଳାହାଣ୍ଡିର ୩ଟି ବ୍ଲକରେ ମତଦାନ ଆରମ୍ଭ
5th Phase Voting: କଳାହାଣ୍ଡିର ୩ଟି ବ୍ଲକରେ ମତଦାନ ଆରମ୍ଭ

By

Published : Feb 24, 2022, 8:06 AM IST

Updated : Feb 24, 2022, 9:41 AM IST

ଭବାନୀପାଟଣା/ ଗଜପତି:ଆଜି ପଞ୍ଚାୟତ ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ । ଜିଲ୍ଲାର କେସିଙ୍ଗା, କଲମପୁର ଓ ଥୁଆମୂଳ ରାମପୁର ବ୍ଲକରେ ଆରମ୍ଭ ହୋଇଯାଇଛି ମତଦାନ । ନିଜର ମତସାବ୍ୟସ୍ତ କରିବା ପାଇଁ ସକାଳ ୭ଟାରୁ ବୁଥ ଗୁଡିକରେ ମତଦାନା ମାନେ ଲାଇନରେ ଛିଡା ହୋଇ ମତସାବ୍ୟସ୍ତ କରୁଛନ୍ତି । ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

5th Phase Voting: କଳାହାଣ୍ଡିର ୩ଟି ବ୍ଲକରେ ମତଦାନ ଆରମ୍ଭ

୩ଟି ବ୍ଲକର ୭ ଟି ଜୋନରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଜାରି ରହିଛି । କେସିଙ୍ଗା ବ୍ଲକର ୩୦୫ ଟି ବୁଥରେ ୮୭ହଜାର ୮୬୩ ଜଣ ଭୋଟର ନିଜର ମତ ସାବ୍ୟସ୍ତ କରୁଥିବା ବେଳେ କଲମପୁର ବ୍ଲକରେ ୧୩୧ ଟି ବୁଥରେ ୪୪ ହଜାର ୩୦୮ ଜଣ ଭୋଟର ଭୋଟ ଦେଉଛନ୍ତି । ସେହିଭଳି ଥୁଆମୂଳ ରାମପୁର ବ୍ଲକର ୨୮୧ ଟି ବୁଥ ରେ ୫୪ ହଜାର ୮୮୩ ଜଣ ଭୋଟର ଦେଉଛନ୍ତି ଭୋଟ ।

କେଶିଙ୍ଗା, କଲମପୁର ଓ ଥୁଆମୂଳ ରାମପୁର ବ୍ଲକରେ ୮୫ ଟି ସମ୍ବେଦନଶୀଳ ବୁଥ ଥିବାବେଳେ ୫୦ଟି ଅତି ସମ୍ବେଦନଶୀଳ ବୁଥ ରହିଛି । ଏନେଇ ୪୫ଟି ମୋବାଇଲ ପେଟ୍ରୋଲିଂ ଟିମ ଓ ୨୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ନେଇ ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି ଶ୍ରବଣ ବିବେକ । ଅନ୍ୟ ପକ୍ଷରେ କେସିଙ୍ଗା ବ୍ଲକର ୩୦୫ ଟି ବୁଥରେ ୯୬୫ ଜଣ କର୍ମଚାରୀ ନିୟୋଜିତ ହୋଇଥିବା ବେଳେ କଲମପୁର ବ୍ଲକରେ ୧୩୧ ଟି ବୁଥରେ ୪୧୯ ଜଣ କର୍ମଚାରୀ ନିୟୋଜିତ ହୋଇଥିବା ବେଳେ ଥୁଆମୂଳ ରାମପୁର ବ୍ଲକରେ ୨୮୧ ଟି ବୁଥରେ ୮୯୨ ଜଣ କର୍ମଚାରୀ ନିଯୁକ୍ତ କରାଯାଇଛି । ପଞ୍ଚମ ପର୍ଯ୍ୟାୟରେ ଶାନ୍ତି ଶୃଙ୍ଖଳା ସହ ନିରପେକ୍ଷ ନିର୍ବାଚନ ଆରମ୍ଭ ହୋଇଛି।

ସେହିପରେ ଗଜପତି ଜିଲ୍ଲାରେ ଶେଷ ପର୍ଯ୍ୟାୟ ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇଯାଇଛି । ଗୋଷାଣୀ ବ୍ଲକରେ ୨୧ଟି ପଞ୍ଚାୟତ ରହିଥିବା ବେଳେ ୨ଟି ଜିଲ୍ଲା ପରିଷଦ ଜୋନ୍ ରହିଛି । ବ୍ଲକର ୨୪୯ଟି କେନ୍ଦ୍ରରେ ଭୋଟ ଗ୍ରହଣ ଜାରି ରହିଛି । ୨୦ଟି ପଞ୍ଚାୟତ ପାଇଁ ୭୩ଜଣ ସରପଞ୍ଚ ୪୯ ଜଣ ସମିତି ସଭ୍ୟ ପ୍ରାର୍ଥୀ ରହିଛନ୍ତି । ବଡ ଗୋଷାଣୀ ପଞ୍ଚାୟତର ସମିତି ସଭ୍ୟ ଓ ତାଟିପେଟି ପଞ୍ଚାୟତର ସରପଞ୍ଚ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇସାରିଛନ୍ତି ।

ସେହିଭଳି ୨ଟି ଜୋନ ପାଇଁ ୮ଜଣ ପ୍ରାର୍ଥୀ ରହିଛନ୍ତି । ଏମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୬୨, ୭୫୩ଜଣ ଭୋଟର । ପ୍ରଥମଥର ପାଇଁ ଦୁଇଟି ପିଙ୍କ ବୁଥ୍ ହୋଇଛି । ବ୍ଲକର ୪୪ଟି ବୁଥକୁ ସମ୍ବେଦନଶୀଳ ଏବଂ ୩ଟି ବୁଥକୁ ଅତି ସମ୍ବେଦନଶୀଳ ବୁଥ ଭାବେ ଚିହ୍ନଟ କରାଯାଇଛି।

କଳାହାଣ୍ଡିରୁ ଅଜିତ କୁମାର ସିଂ ଓ ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Last Updated : Feb 24, 2022, 9:41 AM IST

ABOUT THE AUTHOR

...view details