ଓଡିଶା

odisha

By

Published : Feb 18, 2022, 2:13 PM IST

ETV Bharat / state

ସିନ୍ଧିଗୁଡା ଓ ସିରେଳ ପଦରରେ ଭୋଟ ବର୍ଜନ

ସିନ୍ଧିଗୁଡା ଓ ସିରେଳ ପଦରରେ ଗ୍ରାମବାସୀଙ୍କ ଭୋଟ ବର୍ଜନ। ଗ୍ରାମ ମିଶ୍ରଣକୁ ନେଇ ଅଭିଯୋଗ କରି ଆସୁଥିଲେ ସୁଦ୍ଧା ସମସ୍ୟା ସମାଧାନ ନହେବାରୁ ଗ୍ରାମବାସୀ ଭୋଟ ବର୍ଜନ କରିଥିବା ଦେଖିବାକୁ ମିଳିଛି। ଅଧିକ ପଢ଼ନ୍ତୁ

villagers to boycott panchayat election in kalahandi
ଗ୍ରାମ ମିଶ୍ରଣ ନେଇ ଭୋଟ ବର୍ଜନ କଲେ ଗ୍ରାମବାସୀ

ଭବାନୀପାଟଣା: ସିନ୍ଧିଗୁଡା ଓ ସିରେଳ ପଦରରେ ଗ୍ରାମବାସୀଙ୍କ ଭୋଟ ବର୍ଜନ। ଗ୍ରାମ ମିଶ୍ରଣକୁ ନେଇ ଅଭିଯୋଗ କରି ଆସୁଥିଲେ ସୁଦ୍ଧା ସମସ୍ୟା ସମାଧାନ ନହେବାରୁ ଗ୍ରାମବାସୀ ଭୋଟ ବର୍ଜନ କରିଥିବା ଦେଖିବାକୁ ମିଳିଛି।

ଗ୍ରାମ ମିଶ୍ରଣ ନେଇ ଭୋଟ ବର୍ଜନ କଲେ ଗ୍ରାମବାସୀ

କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକର ଦେଢଶୁଲି ପଞ୍ଚାୟତର ସିନ୍ଧିଗୁଡା ଗ୍ରାମବାସୀମାନେ ଭୋଟ ବର୍ଜନ କରିଛନ୍ତି। ସୂଚନା ମୁତାବକ ଦୀର୍ଘ ଦିନରୁ ସିନ୍ଧିଗୁଡା ଓ ସିରେଳ ପଦର ଗାଁକୁ ମାଣିକେରା ପଞ୍ଚାୟତରେ ସାମିଲ କରିବା ପାଇଁ ଗ୍ରାମବାସୀମାନେ ଦାବି କରିଆସୁଥିଲେ। ହେଲେ ସେମାନଙ୍କ ଅଭିଯୋଗକୁ ପ୍ରଶାସନ ଶୁଣିନଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ଯାହା ଫଳରେ ଗ୍ରାମରେ ଭୋଟ ବର୍ଜନ କରିବାକୁ ଲୋକେ ନିଷ୍ପତ୍ତି ନିଆଯାଇଛି।

ପୂର୍ବରୁ ଭୋଟ ବର୍ଜନ ନେଇ ପ୍ରଶାସନକୁ ଜଣାଇ ଥିଲେ ମଧ୍ୟ ପ୍ରଶାସନ ସେମାନଙ୍କ ଚେତାବନୀକୁ କର୍ଣ୍ଣପାତ କରି ନଥିଲେ। ତେଣୁ ଗ୍ରାମରେ ଭୋଟ ବର୍ଜନ କରିଥିବା ପ୍ରକାଶ କରିଛନ୍ତି ଗ୍ରାମବାସୀ ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details