ଭବାନୀପାଟଣା: ସରକାର ଗମନାଗମନର ବିକାଶ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି । ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରୁଛନ୍ତି । ହେଲେ ସରକାରୀ ବାବୁଙ୍କ ଉଦାସୀନତା ଓ ସ୍ଥାନୀୟ ଜନ ପ୍ରତିନିଧିଙ୍କ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ଆଜିବି ଗ୍ରାମାଞ୍ଚଳରେ ବିକାଶ ଅପହଞ୍ଚ । ଗମନଗମନ ପାଇଁ ଭଲ ରାସ୍ତା ଖଣ୍ତିଏ ନ ଥିବାରୁ ଲୋକେ ଯିବା ଆସିବା ପାଇଁ ହଇରାଣ ହେଉଛନ୍ତି । ଏପରକି ବର୍ଷା ଅସରାଏ ହେଲେ କଥା ସରିଲା ।
କାଦୁଅ ପଚପଚ ରାସ୍ତାରେ ଯିବାଆସିବା ମୁସ୍କିଲ ହୋଇପଡେ । ରାସ୍ତାର ଅବସ୍ଥା ବେହାଲ ହୋଇ ପଡିଥିବା ଯୋଗୁଁ ଗ୍ରାମବାସୀ ରାସ୍ତାରେ ଧାନ ତଳି ରୋଇ ପ୍ରତିବାଦ କରିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ବଙ୍ଗୋମୁଣ୍ଡା ଗାଁରେ । ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ବଙ୍ଗୋମୁଣ୍ଡା ଗାଁ ମଧ୍ୟରେ ଥିବା ରାସ୍ତାର ଅବସ୍ଥା ବେହାଲ ହୋଇ ପଡିଛି ।