ଭବାନୀପାଟଣା :୨୦ରୁ କମ ଛାତ୍ରଛାତ୍ରୀ ଥିବା ସ୍କୁଲକୁ ସରକାର ବନ୍ଦ କରିବାକୁ ନେଇ ନିର୍ଦ୍ଦେଶ ପରେ କଳାହାଣ୍ଡି ଜିଲ୍ଲାର ପ୍ରାୟ ୩୦୦ ସହରରୁ ଊର୍ଦ୍ଧ୍ବ ସ୍କୁଲ ବନ୍ଦ ହେବା ନେଇ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି । ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ସାହାଜ ପାଟି ଗାଁରେ ୧୯୭୩ ମସିହାରେ ସ୍ଥାପିତ ହୋଇଥିବା ପ୍ରାଥମିକ ବିଦ୍ୟାଳୟରେ ୨୦ରୁ କମ ଛାତ୍ରଛାତ୍ରୀ ଥିବା ଦର୍ଶାଇ ସ୍କୁଲଟିକୁ ବନ୍ଦ କରିବାର ନିଷ୍ପତ୍ତିକୁ ଗ୍ରାମବାସୀ ବିରୋଧ କରିଥିବା ବେଳେ ଆନ୍ଦୋଳନର ଧମକ ଦେଇଛନ୍ତି ।
ସ୍କୁଲ ବନ୍ଦ ନ କରିବାକୁ ଜିଲ୍ଲାପାଳଙ୍କୁ ଦାବିପତ୍ର - villagers-protest-against-school-shuts
୨୦ ରୁ କମ ଛାତ୍ରଛାତ୍ରୀ ଥିବା ସ୍କୁଲକୁ ସରକାର ବନ୍ଦ କରିବାକୁ ନେଇ ନିର୍ଦ୍ଦେଶ ପରେ କଳାହାଣ୍ଡି ଜିଲ୍ଲାର ପ୍ରାୟ ୩୦୦ ସହରରୁ ଊର୍ଦ୍ଧ୍ବ ସ୍କୁଲ ବନ୍ଦ ହେବା ନେଇ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢନ୍ତୁ...
ସ୍କୁଲ ବନ୍ଦ ନ କରିବାକୁ ଜିଲ୍ଲାପାଳଙ୍କୁ ଦାବିପତ୍ର
ତେବେ ସ୍କୁଲ ବନ୍ଦ ନ କରିବାକୁ ନେଇ ଆଜି(ବୁଧବାର) ସାହାଜ ପାଟି ଗ୍ରାମବାସୀ ଓ ସ୍କୁଲ କମିଟି ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇଛନ୍ତି । ଆଗାମୀ ଦିନରେ ଗ୍ରାମବାସୀଙ୍କ ଏ ଦାବି ପୂରଣ ନ ହେଲେ ଆନ୍ଦୋଳନ କରିବା ନେଇ ଚେତାବନୀ ଦେଇଛନ୍ତି ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ
TAGGED:
ଜିଲ୍ଲାପାଳଙ୍କୁ ଦାବିପତ୍ର