ଓଡିଶା

odisha

ETV Bharat / state

ବେଆଇନ ବାଲି ଚାଲାଣକୁ ବିରୋଧ କରି ତେଜିଲା ଜନ ଆନ୍ଦୋଳନ - illegal sand mining at kalahandi

ବେଆଇନ ବାଲି ଚାଲାଣକୁ ବିରୋଧ କରି ଜନ ଅସନ୍ତୋଷ । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ତେଲ ନଦୀ କୁମ୍ଭାରୀ ବାଲିଘାଟରୁ ପ୍ରତିଦିନ ଅନବରତ ବେଆଇନ ବାଲି ଚାଲାଣ କରାଯାଉଛି । ଯଦ୍ବାରା ସ୍ଥାନୀୟବାସୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

By

Published : Oct 31, 2019, 10:52 AM IST


କଳାହାଣ୍ଡି: ବେଆଇନ ବାଲି ଚାଲାଣକୁ ବିରୋଧ କରି ପୁଣି ଜନ ଅସନ୍ତୋଷ ଦେଖାଦେଇଛି । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ତେଲ ନଦୀ କୁମ୍ଭାରୀ ବାଲିଘାଟରୁ ପ୍ରତିଦିନ ଅନବରତ ବେଆଇନ ବାଲି ଚାଲାଣ କରାଯାଉଥିବା ଅଭିଯୋଗ ହୋଇଛି । ଏହି ବାଲି ଗୁ଼ଡିକୁ ଟ୍ରାକ୍ଟର କିମ୍ବା ହାଇୱା ଯୋଗେ ଦୂର ସ୍ଥାନକୁ ଚାଲାଣ କରାଯାଉଛି । ଯଦ୍ବାରା ରାସ୍ତା କଡରେ ଥିବା ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ସେହିପରି ଦିନରାତି 24 ଘଣ୍ଟା ଟ୍ରାକ୍ଟର ଓ ହାଇୱା ଯୋଗେ ବାଲି ଚାଲାଣ ହେଉଥିବାରୁ ରାସ୍ତାରେ ମଧ୍ୟ ଖାଲଖମା ସୃଷ୍ଟି ହେଉଛି । କେବଳ ସେତିକି ନୁହେଁ ରାସ୍ତାରେ ଗର୍ତ୍ତମାନ ସୃଷ୍ଟି ହେବା କାରଣରୁ ସ୍ଥାନୀୟ ଅଞ୍ଚଳରେ ବାଲି ଉଡି ପରିବେଶ ପ୍ରଦୂଷଣ ସୃଷ୍ଟି କରୁଛି । ଗୋଟେ ପଟେ ବାଲି ଚାଲାଣ କରି ବଡବଡିଆ ଓ ଠିକାଦାର ମାଲାମାଲ ହେଉଥିବାବେଳେ ଅନ୍ୟପଟେ ସ୍ଥାନୀୟ ଲୋକେ ନାହିଁ ନଥିବା ଅସୁବିଧାରେ ପଡୁଛନ୍ତି । ଏଭଳି ସ୍ଥିତିରେ ବାଲି ଚାଲାଣକୁ ରୋକିବାକୁ ଗ୍ରାମବାସୀ ଜନ ଆନ୍ଦୋଳନ କରୁଛନ୍ତି । ଯେପର୍ଯ୍ୟନ୍ତ ବାଲିଘାଟରୁ ବାଲି ଚାଲାଣ ବନ୍ଦ କରିବା ନେଇ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇନାହିଁ ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଗ୍ରାମବାସୀ ଚେତାବନି ଦେଇଛନ୍ତି ।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

ABOUT THE AUTHOR

...view details