ଭବାନୀପାଟଣା: ମେଲଘର। ଦିନେ ଦାନ ମାଝୀଙ୍କୁ ନେଇ ଚର୍ଚ୍ଚାକୁ ଆସିଥିଲା କଳାହାଣ୍ଡିର ଏହି ଅନୁନ୍ନତ ଗାଁ । ବିଶ୍ବ ଦେଖିଥିଲା ଗରିବୀର ବିକଳ ଚିତ୍ର। ହୁଏତ ଦାନଙ୍କ ଜୀବନରେ ଆସିଛି ବହୁ ପରିବର୍ତ୍ତନ। ହେଲେ ବଦଳିନି ମେଲଘରର ଚିତ୍ର। ଯେତେବେଳେ ଗାଁର କେହି ବଡ ହୋଇଯାଏ, ହେଲେ ଲୋକଙ୍କ ସମସ୍ୟାରୁ ନିଜକୁ ଦୂରେଇ ରଖେ, ସେତେବେଳେ ତା'ପ୍ରତି ଲୋକଙ୍କ ଯେଉଁ ଅଭିମାନ ଆସିଥାଏ, ଆଜି ମେଲଘରର ସ୍ଥିତି ଠିକ ସେହିପରି। ଦାନଙ୍କ ଉପରେ ଅଭିମାନ କରୁଛନ୍ତି ଗ୍ରାମବାସୀ।
ଗାଁ ପୋଲ ଭାଙ୍ଗିଯାଇଛି। ସ୍କୁଲ ନାହାଁ। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, କୃଷି, ସବୁକିଛି ବିପର୍ଯ୍ୟସ୍ତ। ଲୋକଙ୍କ ବିଶ୍ବାସ ଥିଲା ଦାନ ସରକାର ଓ ପ୍ରଶାସନ ପାଖରେ ନିଜ ଗାଁ ସମସ୍ୟା ଅବଗତ କରାଇବେ। ସୁଧୁରିବ ଗାଁ ସ୍ଥିତି। ହେଲେ ସେମିତି କିଛି ହେଲା ନାହିଁ। ଗାଁ ସମସ୍ୟା ସମସ୍ୟା ହୋଇକି ରହିଗଲା।