କଳାହାଣ୍ଡି:ଗାଁକୁ ପୋଲ ନଥିବାରୁ ଗ୍ରାମବାସୀଙ୍କ ଭୋଟ ବର୍ଜନ ନିଷ୍ପତ୍ତି। ସରକାର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ପାଇଁ କୋଟି କୋଟି ଟଙ୍କା ବିନିଯୋଗ କରୁଥିବାବେଳେ ପ୍ରଶାସନର ଉଦାସୀନତା ଯୋଗୁଁ ଗ୍ରାମରେ ବିକାଶ ପହଞ୍ଚି ପାରିନାହିଁ।
କଳାହାଣ୍ଡି ଜିଲ୍ଲାରୁ ମାତ୍ର ୧୫ କିଲୋମିଟର ଦୂରରେ ଅବସ୍ଥିତ ପଦୁପଡ଼ା ଗ୍ରାମରେ ଭୋଟ ବର୍ଜନ ନିଷ୍ପତ୍ତି ନେଇଛନ୍ତି ଗ୍ରାମବାସୀ। ୫୦୦ ଜନସଂଖ୍ୟା ବିଶିଷ୍ଟ ଏହି ଗାଁରେ ପୋଲଟିଏ ନ ଥିବାରୁ ଲୋକେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। କାଠରେ ତିଆରି ପୋଲ ଉପରେ ବିପଦ ସଂକୁଳ ଅବସ୍ଥାରେ ଲୋକେ ଯିବା ଆସିବା କରୁଛନ୍ତି। ପୋଲଟିଏ ନଥିବାରୁ ଗାଁକୁ ଆମ୍ବୁଲାନ୍ସ ଆସି ପାରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।