ଓଡିଶା

odisha

ETV Bharat / state

ସଡକ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତା ଅବରୋଧ - କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତା ଅବରୋଧ

ସଡ଼କ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ । କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତା ଅବରୋଧ କଲେ ଗାଁ ଲୋକେ । ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ମୁଖ୍ୟ ରାସ୍ତାରେ । ଅଧିକ ପଢ଼ନ୍ତୁ

ସଡ଼କ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତା ଅବରୋଧ କଲେ ଗାଁ ଲୋକେ
ସଡ଼କ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତା ଅବରୋଧ କଲେ ଗାଁ ଲୋକେ

By

Published : Oct 27, 2022, 11:03 PM IST

ଭବାନୀପାଟଣା : ସଡ଼କ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ। ଏହି ଘଟଣାରେ ଆଜି ମୃତକଙ୍କ ପରିବାର ବର୍ଗ ଓ ଗାଁ ଲୋକେ ମିଶି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ମୁଖୀଗୁଡା ରାଜ୍ୟ ରାପଥର ଦୁଲକୀବନ୍ଧ ଛକ ନିକଟରେ କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତା ଅବରୋଧ କରିଥିଲେ।
ସୂଚନା ଅନୁଯାୟୀ ଗତକାଲି (ବୁଧବାର) ସନ୍ଧ୍ୟାରେ କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଦୁଲକୀବନ୍ଧ ଗାଁର ଟିଲ ରାଉତଙ୍କ ପୁଅକୁ ଜ୍ୱର ହୋଇଥିଲା। ଏନେଇ ଟିଲ ପୁଅକୁ ନିଜ ବାଇକରେ ବସାଇ ଜୟପାଟଣା ମେଡ଼ିକାଲକୁ ନେବା ପାଇଁ ବାହାରି ଥିଲେ ।

ସଡ଼କ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତା ଅବରୋଧ କଲେ ଗାଁ ଲୋକେ

ହେଲେ ବିଜମରା ଛକ ନିକଟରେ ସାମ୍ନାପଟୁ ଏକ ଦ୍ରୁତ ଗତିରେ ଆସୁଥିବା ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲା ଟିଲଙ୍କ ବାଇକ୍। ଫଳରେ ଘଟଣାସ୍ଥଳରେ ଟିଲ ରାଉତଙ୍କ ମୃତ୍ୟ ହୋଇଥିବା ବେଳେ ପୁଅ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛି।

ଏହି ଘଟଣାକୁ ନେଇ କ୍ଷତିପୂରଣ ଦାବିରେ ପରିବାର ଓ ଗ୍ରାମବାସୀ ଜୁନାଗଡ଼ ମୁଖୀଗୁଡା ରାଜ୍ୟ ରାଜପଥରେ ମୃତଦେହ ରଖି ରାସ୍ତା ଅବରୋଧ କରିଛନ୍ତି। ଟିଲ ରାଉତ ପରିବାରର ଜଣେ ମାତ୍ର ରୋଜଗାରିଆ ବ୍ୟକ୍ତି ଥିଲେ। ଏବେ ତାଙ୍କର ମୃତ୍ୟୁ ପରେ ତାଙ୍କ ପରିବାର ସମ୍ପୂର୍ଣ୍ଣ ବେସାହାରା ହୋଇପଡ଼ିଛି।

ସେପଟେ ୫ବର୍ଷର ପୁଅ ମେଡ଼ିକାଲରେ ଜୀବନ ସହ ଲଢେଇ କରୁଛି । ତେଣୁ ଏହି ବେସାହାରା ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଯୋଗାଇ ଦେବା ସହ ପରିବାର ଲୋକଙ୍କୁ କ୍ଷତିପୂରଣ ଦାବି ନେଇ ଗ୍ରାମବାସୀ ଜୁନାଗଡ଼ ମୁଖୀଗୁଡା ରାଜ୍ୟ ରାପଥର ଦୁଲକୀବନ୍ଧ ଛକ ନିକଟରେ ମୃତଦେହ ରଖି ରାସ୍ତା ଅବରୋଧ କରିଛନ୍ତି ।

ଅନ୍ୟପକ୍ଷରେ ରାସ୍ତା ଅବରୋଧ ଫଳରେ ଯାନବାହନ ଅଟକି ରହିଥିଲା। ଖବରପାଇ ଜୟପାଟଣା ପୋଲିସ ଓ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା ଜାରି ରଖିଛନ୍ତି। ସେପେଟେ ଏହି ଘଟଣା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

କିଛି ବୁଝିବା ଆଗରୁ ସବୁକିଛି ଶେଷ ହୋଇଯାଇଛି ଏହି ପରିବାର ପାଇଁ । ସ୍ବାମୀକୁ ହରାଇ ମୁକ ପାଲଟିଯାଇଛି ସ୍ତ୍ରୀ। କେବେ ଭାବିନଥିଲେ ଯେ ଘରୁ ଯାଇଥିବା ମଣିଷଟି ଜୀବିତ ନୁହେଁ ମୃତ ହୋଇ ଫେରିବ। ସେପଟେ ପୁଅ ମଧ୍ୟ ହସ୍ପିଟାଲରେ ମୃତ୍ୟୁ ସହ ଲଢୁଛି। ଗୋଟେ ପଟେ ସ୍ବାମୀ ହରାଇବାର ଦୁଃଖ ଓ ଅନ୍ୟପଟେ ପୁଅର ଏଭଳି ଅବସ୍ଥାକୁ ଦେଖି ଆଖିରୁ ଲୁହ ଶୁଖୁନି ମାଆର।

କେମିତି ନିଜକୁ ଧର୍ଯ୍ୟ ଧରାଇ ରଖିବ ତାହା ବି କେହି ଭାବି ପାରୁନାହାଁନ୍ତି । ସେପଟେ କ୍ଷତିପୂରଣ ଦାବିରେ ରାସ୍ତା ରୋକ କରିଥିବା ସମ୍ପର୍କୀୟଙ୍କ ଏକା ଜିଦ୍ କ୍ଷତିପୂରଣ ନମିଳିବା ଯାଏଁ ଆନ୍ଦୋଳନ ପ୍ରତ୍ୟାହୃତ ହେବନି କି ରାସ୍ତା ରୋକ ହଟିବନି।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details