ଓଡିଶା

odisha

By

Published : Jan 17, 2020, 9:42 AM IST

ETV Bharat / state

ଭିଜିଲାନ୍ସ ଜାଲରେ ପୂର୍ବତନ ବିଜେଡି ବିଧାୟକ

ଭବାନୀପାଟଣା ନିର୍ବାଚନମଣ୍ଡଳୀର ପୂର୍ବତନ ବିଜେଡି ବିଧାୟକ ଅନାମ ନାଏକଙ୍କ ଘରେ ଭିଜିଲାନ୍ସ ଟିମର ଚଢାଉ। ଆୟ ବର୍ହିଭୂତ ସମ୍ପତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ଟିମ ପକ୍ଷରୁ ତାଙ୍କ ଘରେ ଚଢାଉ ଜାରି ରହିଛି। ଅଧିକ ଖବର ପଢନ୍ତୁ...

Vigilance raid
ଭିଜିଲାନ୍ସ ଜାଲରେ ପୂର୍ବତନ ବିଜେଡି ବିଧାୟକ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ନିର୍ବାଚନମଣ୍ଡଳୀର ପୂର୍ବତନ ବିଜେଡି ବିଧାୟକ ଅନାମ ନାଏକଙ୍କ ଘରେ ଭିଜିଲାନ୍ସ ଟିମର ଚଢାଉ। ଭବାନୀପାଟଣା ସହରର ନକଟିଗୁଡା ସ୍ଥିତ ବାସଭବନ ଓ ମଦନପୁର ରାମପୁରର ଥିବା ଶ୍ରୀକ୍ରୀଷ୍ଣା ହୋଟେଲରେ ଚଢାଉ ଜାରି ରହିଛି।

ବିଧାୟକ ଥିବା ସମୟରେ ତାଙ୍କ ନାମରେ ଅନେକ ଦୁର୍ନୀତି ମାମଲା ଆସିଥିଲା। ଏହି ଅଭିଯୋଗ ଆଧାରରେ ବିଧାୟକ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ନେଇ ଭିଜିଲାନ୍ସ ଟିମ ପକ୍ଷରୁ ଚଢାଉ କରାଯାଇଛି।

ଭିଜିଲାନ୍ସ ଜାଲରେ ପୂର୍ବତନ ବିଜେଡି ବିଧାୟକ

ରାଜନୀତିକୁ ଆସିବା ପୂର୍ବରୁ ସେ ଜଣେ କିରାଣୀ ଭାବେ କାର୍ଯ୍ୟକାରୀ କରୁଥିଲେ। ଏହାପରେ ସେ ସ୍ବେଚ୍ଛାକୃତ ଭାବେ ଅବସର ନେଇ ରାଜନୀତିରେ ଯୋଗ ଦେଇଥିଲେ।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

ABOUT THE AUTHOR

...view details