ଓଡିଶା

odisha

ETV Bharat / state

ସରପଞ୍ଚଙ୍କ ଘରେ ଭିଜିଲାନ୍ସ ରେଡ - kalahandi

କଳାହାଣ୍ଡି ଜିଲ୍ଲା ରିଞ୍ଜା ପଞ୍ଚାୟତ ସରପଞ୍ଚ ସରକାରୀ ଅନୁଦାନରେ ଦୁର୍ନୀତି କରିଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଶୁକ୍ରବାର ସରପଞ୍ଚଙ୍କ ବାସଗୃହ ଓ କାର୍ଯ୍ୟାଳୟରେ ଚଢ଼ାଉ କରିଛି ଭିଜିଲାନ୍ସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

By

Published : Aug 2, 2019, 11:57 AM IST

କଳାହାଣ୍ଡି: ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ସରପଞ୍ଚଙ୍କ ଘର ଓ ପଞ୍ଚାୟତ କାର୍ଯ୍ୟାଳୟରେ ଭିଜିଲାନ୍ସର ଚଢାଉ । କର୍ଲାମୁଣ୍ଡା ବ୍ଲକ ରିଞ୍ଜା ପଞ୍ଚାୟତ ସରପଞ୍ଚ ଭୋଜବନ୍ତୀ ସାହୁଙ୍କ ବାସଗୃହ ଓ ପଞ୍ଚାୟତ କାର୍ଯ୍ୟାଳୟରେ ଚଢାଉ ଜାରି ରଖିଛି ଭିଜିଲାନ୍ସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ସରପଞ୍ଚଙ୍କ ପାଖରେ ଆୟ ବହିର୍ଭୂତ ସମ୍ପତ୍ତି ଥିବା ଖବର ପାଇ କଳାହାଣ୍ଡି ଭିଜିଲାନ୍ସ ଡିଏସପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ଵରେ ଚଢାଉ କରିଛି ଟିମ । ସରପଞ୍ଚଙ୍କ ବିରୋଧରେ ସରକାରୀ ଯୋଜନାର ଅନୁଦାନ ଦୁର୍ନୀତି କରି ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିଲା ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details