ଓଡିଶା

odisha

ETV Bharat / state

ପୁଣି ଭିଜିଲାନ୍ସ ପଞ୍ଝାରେ ଭିଜିଲାନ୍ସ କୋର୍ଟର ସରକାରୀ ଓକିଲ, ପୂର୍ବରୁ ଗିରଫ ହୋଇ ପାଇଥିଲେ ଜାମିନ - public prosecutor arrested in kalahandi

ପୁଣିଥରେ ଭିଜିଲାନ୍ସ ପଞ୍ଝାରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଭିଜିଲାନ୍ସ କୋର୍ଟର ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଆଶୁତୋଷ ମିଶ୍ର । ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ବାନ୍ଧିଲା ଭିଜିଲାନ୍ସ । ଅଧିକ ପଢନ୍ତୁ...

ପୁଣି ଭିଜିଲାନ୍ସ ପଞ୍ଝାରେ ଭିଜିଲାନ୍ସ କୋର୍ଟର ସରକାରୀ ଓକିଲ, ପୂର୍ବରୁ ଗିରଫ ହୋଇ ପାଇଥିଲେ ଜାମିନ
ପୁଣିଥରେ ଭିଜିଲାନ୍ସ ପଞ୍ଝାରେ ଭିଜିଲାନ୍ସ କୋର୍ଟର ସରକାରୀ ଓକିଲ

By

Published : Jul 24, 2021, 8:14 PM IST

ଭବାନୀପାଟଣା: ପୁଣିଥରେ ଭିଜିଲାନ୍ସ ପଞ୍ଝାରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଭିଜିଲାନ୍ସ କୋର୍ଟର ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର (ସରକାରୀ ଓକିଲ) ଆଶୁତୋଷ ମିଶ୍ର । ଗତ ୩ ତାରିଖ ଦିନ ପୋଲିସ ଏଏସଆଇଙ୍କ କେଶ ରଫାଦଫା କରିବା ନେଇ ଦିନ ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇ ଜେଲ ଯାଇଥିଲେ ଆଶୁତୋଷ । ଗତକାଲି ଶୁକ୍ରବାର ଜେଲରୁ ଜାମିନରେ ମୁକୁଳିବା ପରେ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁନର୍ବାର ଗିରଫ ହୋଇ ଜେଲ ଯାଇଥିବା ଜଣାପଡିଛି । ଘଟଣା ପରେ ରାଜ୍ୟ ସରକାର ତାଙ୍କୁ କାର୍ଯ୍ୟରୁ ବହିଷ୍କୃତ କରିଥିବା ଜଣାପଡ଼ିଛି ।

ପୁଣି ଭିଜିଲାନ୍ସ ପଞ୍ଝାରେ ଭିଜିଲାନ୍ସ କୋର୍ଟର ସରକାରୀ ଓକିଲ, ପୂର୍ବରୁ ଗିରଫ ହୋଇ ପାଇଥିଲେ ଜାମିନ

ଭିଜିଲାନ୍ସ ବିଭାଗର ସ୍ବତନ୍ତ୍ର ଟିମ ପିପିଙ୍କ ଭବାନୀପାଟଣାସ୍ଥିତ ତାଙ୍କର ବାସଭବନରେ ଚଢ଼ାଉ କରି ୮୫ ଲକ୍ଷ ୨ ହଜାର ୭୬ ଟଙ୍କାର ସମ୍ପତ୍ତି ଓ ନଗଦ୧୫ ଲକ୍ଷ ୬୦ ହଜାର ୧୪୦ ଟଙ୍କା ଜବତ କରିଥିବାବେଳେ ପିପିଙ୍କୁ ଗିରଫ କରିଥିଲା । କୋର୍ଟ ଚାଲାଣ ପରେ ତାଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠା ଯାଇଥିବା ଭିଜିଲାନ୍ସ ନିର୍ଦେଶକ ତାଙ୍କ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details