ଓଡିଶା

odisha

ETV Bharat / state

ଜେଲ ଗଲେ କୋଟିପତି କଲେଜ ଅଧ୍ୟକ୍ଷ

କଳାହାଣ୍ଡିର ବିଶ୍ଵନାଥପୁର ମା ହୀରାନୀଳା ଡିଗ୍ରୀ କଲେଜର ପୂର୍ବତନ ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁଙ୍କୁ ଭିଜିଲାନ୍ସ ଗିରଫ କରି ଜେଲେ ପଠାଇଛି । ଅଧିକ ପଢନ୍ତୁ

By

Published : Mar 10, 2022, 7:40 AM IST

ଜେଲ ଗଲେ କୋଟିପତି କଲେଜ ଅଧ୍ୟକ୍ଷ
ଜେଲ ଗଲେ କୋଟିପତି କଲେଜ ଅଧ୍ୟକ୍ଷ

ଭବାନୀପାଟଣା:ଜେଲ ଗଲେ କୋଟିପତି କଲେଜ ଅଧ୍ୟକ୍ଷ । କଳାହାଣ୍ଡିର ବିଶ୍ଵନାଥପୁର ମା’ ହୀରାନୀଳା ଡିଗ୍ରୀ କଲେଜର ପୂର୍ବତନ ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ ଗିରଫ ହୋଇଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମଙ୍ଗଳବାର ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ଭିଜିଲାନ୍ସ ତାଙ୍କ ନିକଟରୁ ୫ କୋଟିରୁ ଅଧିକ ସମ୍ପତ୍ତି ଠାବ କରିଛି । ପୂର୍ବରୁ କଲେଜ ଉନ୍ନୟନ ପାଣ୍ଠିରେ ବ୍ୟାପକ ହେରଫେର କରି କୋଟି କୋଟି ଟଙ୍କା ଆତ୍ମସାତ କରିଥିବା ଭଳି ସଙ୍ଗୀନ ଅଭିଯୋଗ ହୋଇଥିଲା।

ଜେଲ ଗଲେ କୋଟିପତି କଲେଜ ଅଧ୍ୟକ୍ଷ

ନଜର ପକାନ୍ତୁ କଲେଜ ଅଧ୍ୟକ୍ଷଙ୍କ ସମ୍ପତ୍ତି ଉପରେ

ଲାଞ୍ଜିଗଡ଼ର ବିଶ୍ବନାଥପୁରରେ ଏକ ମହଲା କୋଠାର ମୂଲ୍ୟ ୨୪ ଲକ୍ଷ ୪୩ ହଜାର ୨୬୭ ଟଙ୍କା, ଭୁବନେଶ୍ଵର ଡୁମଡୁମା ହାଉସିଂ କଲୋନିରେ କିଣିଥିବା ସିଂପ୍ଲେକ୍ସ ଘରର ମୂଲ୍ୟ ୧୬ ଲକ୍ଷ ଟଙ୍କା, ବିଶ୍ବନାଥପୁରର ପୋଖରୀବନ୍ଧ ସ୍ଥିତ ମା’ ହୀରାନୀଳା କ୍ରସରର ମୂଲ୍ୟ ୩୦ ଲକ୍ଷ, ଖୋର୍ଦ୍ଧାରେ ଥିବା ମା’ ହୀରାନୀଳା କ୍ରସର ର ମୂଲ୍ୟ ୩୦ ଲକ୍ଷ, ବିଶ୍ବନାଥପୁର ପୋଖରୀବନ୍ଧ ସ୍ଥିତ ଅନ୍ୟ ଏକ କ୍ରସରର ମୂଲ୍ୟ ୨ କୋଟି ୨୫ ଲକ୍ଷ, ପୋଖରୀବନ୍ଧ ସ୍ଥିତ ୨.୮୬ ଡିସିମିଲି ପରିମିତ ଜମିର ମୂଲ୍ୟ ୧ ଲକ୍ଷ ୩୧ ହଜାର ୩୦୦ ଟଙ୍କା ବୋଲି ଜଣାପଡିଛି ।

ସେହିପରି ମହିନ୍ଦ୍ରା ଏକ୍ସୟୁଭି କାରର ମୂଲ୍ୟ ୧୫ ଲକ୍ଷ, ଓଡି ୩୩ ଇ ୨୨୨୩ ହିରୋ ମାଏଷ୍ଟ୍ର ସ୍କୁଟର ମୂଲ୍ୟ ୫୫ ହଜାର, ହିରୋ ଗ୍ଲାମର ମୋଟର ସାଇକଲ ମୂଲ୍ୟ ୬୫ ହଜାର, ଓଆର ୦୮ ଡି ୬୨୯୨ ଟାଟା ସଫାରି କାର୍‌ ମୂଲ୍ୟ ୧୦ ଲକ୍ଷ, ଓଆର୍‌ ୦୮ ବି ୬୨୯୨ ଟାଟା ଟିଗର କାର୍ ମୂଲ୍ୟ ୧୨ ଲକ୍ଷ, ଓଆର୍ ୦୮ଇ ୬୨୯୨ ଟାଟା ଏଲ୍‌ପିକେ ଟ୍ରକ୍ ମୂଲ୍ୟ ୧୩ ଲକ୍ଷ,ଓଆର୍‌ ୦୮ ଏଫ ୬୨୯୨ ଟାଟା ଏଲପିକେ ଟ୍ରକ୍ ମୂଲ୍ୟ ୧୩ ଲକ୍ଷ, ଓଆର୍‌ ୦୮ସି ୦୯୯୨ ଟାଟା ଟିଆଇପିଆର୍ ଟ୍ରକ୍ ମୂଲ୍ୟ ୧୩ ଲକ୍ଷ, ଓଡି ୧୮ସି ୮୮୯୫ ବଜାଜ୍ ପଲସର ମୂଲ୍ୟ ୭୦ ହଜାର, ଓଆର୍‌ ୦୮ ଇ ୪୪୯୨ ହିରୋ ସୁପର ସ୍ମେଲଣ୍ଡର ମୂଲ୍ୟ ୫୦ ହଜାର, ଓଆର୍ ୦୮ ଡି ୮୦୯୨ ଜେସିବିର ଆନୁମାନିକ ମୂଲ୍ୟ ୨୬ ଲକ୍ଷ ୨୫ ହଜାର, ଓଆର୍‌ ୦୫ ଏକେ ୬୨୯୨ ଜେସିବିର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ରହିଥିବା ସୂଚନା ମିଳିଛି ।

ଭୁବନେଶ୍ବରସ୍ଥିତ ଡୁମୁଡୁମା ହାଉସିଂ କଲୋନିରେ ଘରୋଇ ବିଦ୍ୟୁତ ଉପକରଣର ମୂଲ୍ୟ ୪ ଲକ୍ଷ ୮ ହଜାର ୬୧୯, ବିଶ୍ଵନାଥପୁର ବାସଭବନରେ ବ୍ୟବହୃତ ବିଦ୍ୟୁତ୍ ଉପକରଣ ମୂଲ୍ୟ ୩ ଲକ୍ଷ ୬୪ ହଜାର ୩୦୦, ପୋଖରୀବନ୍ଧ କ୍ରସର ୟୁନିଟ୍‌ରୁ ୫୯ ହଜାର ୫୦ ଟଙ୍କା ନଗଦ ରାଶି ଉଦ୍ଧାର, ଭୁବନେଶ୍ବରସ୍ଥିତ ବାସଭବନରୁ ୧ ଲକ୍ଷ ୯୪ ହଜାର ଉଦ୍ଧାର, ଭୁବନେଶ୍ଵର ଖଣ୍ଡଗିରି ଏଚ୍‌ଡିଏଫ୍ସି ବ୍ୟାଙ୍କରେ ୩୦ ଲକ୍ଷ ୩୬ ହଜାର ୬୯ ଟଙ୍କା ଫିକ୍ସ ଡିପୋଜିଟ୍, ଖଣ୍ଡଗିରି ୟୁନିୟନ୍ ବ୍ୟାଙ୍କ ଅଫ ଇଣ୍ଡିଆ ବ୍ରାଞ୍ଚରେ ୨ ଲକ୍ଷ ୫୦ ପିକ୍ସ ଡିପୋଜିଟ୍, ନିଜ ପରିବାର ବିଭିନ୍ନ ସଦସ୍ୟଙ୍କ ନାଁରେ ବିଭିନ୍ନ ବ୍ୟାଙ୍କରେ ୬ ହଜାର ୬୩୮ ଟଙ୍କା ଜମାଥିବା, ୪ ଲକ୍ଷ ଟଙ୍କା ପରିବାର ସଦସ୍ୟଙ୍କ ନାମରେ ଜୀବନ ବୀମା ପଲିସି ଥିବା ଭିଜିଲାନ୍ସ ବିଭାଗର ହସ୍ତଗତ ହୋଇଛି ।

ମୋଟ ୫ କୋଟି ୩୬ ହଜାର ୧୯୩ ଟଙ୍କା ର ସ୍ଥାବର ଅସ୍ତାବର ସମ୍ପତ୍ତି ଭିଜିଲାନ୍ସ ବିଭାଗର ହସ୍ତଗତ ହୋଇଥିବା ବେଳେ ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା ଭିଜିଲାନ୍ସ । ପରେ ଜାମିନ ନାମଞ୍ଜୁର ହେବାରୁ ଅଧ୍ୟକ୍ଷ ରମେଶ ସାହୁକୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details