ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ବ୍ଲକ ଉପାଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ ଅନେକ ବ୍ଲକ ମାନଙ୍କରେ ସ୍ବାଧୀନ ପ୍ରାର୍ଥୀ ନିର୍ନ୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି । ଜିଲ୍ଲାର କୋକସରା ବ୍ଲକ ଉପାଧ୍ୟକ୍ଷ ଭାବରେ ସ୍ବାଧୀନ ପ୍ରାର୍ଥୀ ରାଜୀବ ଅଗ୍ରୱାଲ ନିର୍ନ୍ଦ୍ବନ୍ଦରେ ନିର୍ବାଚିତ ହୋଇଥିବା ବେଳେ ଭବାନୀପାଟଣା ବ୍ଲକର ଉପାଧ୍ୟକ୍ଷା ଭାବରେ ବିଜେପି ସମର୍ଥିତ ପ୍ରାର୍ଥିନୀ ପୁଷ୍ପାଞ୍ଜଳି ସାହୁ ନିର୍ବାଚିତ ହୋଇଛନ୍ତି ।
ସେହିପରି କଲମପୁର ବ୍ଲକ ଉପାଧ୍ୟକ୍ଷ ଭାବରେ ସ୍ବାଧୀନ ପ୍ରାର୍ଥୀ ଚିନ୍ତାମଣି ବେହେରା ନିର୍ବାଚିତ ହୋଇଛନ୍ତି । ଧର୍ମଗଡ଼ ବ୍ଲକ ଉପାଧ୍ୟକ୍ଷା ଭାବରେ ସ୍ବାଧୀନ ପ୍ରାର୍ଥୀ ଜୁଳି ମେହେର ନିର୍ନ୍ଦ୍ବନ୍ଦରେ ନିର୍ବାଚିତ ହୋଇଥିବା ବେଳେ ନର୍ଲା ବ୍ଲକ ଉପାଧ୍ୟକ୍ଷ ପଦବୀରେ ବିଜେଡି ସମର୍ଥିତ ପ୍ରାର୍ଥୀ ଦୁର୍ଗା ପ୍ରସାଦ ମହାନ୍ତି ନିର୍ବାଚିତ ହୋଇଛନ୍ତି ।