ଆକାଶଛୁଆଁ ଦରଦାମ, ପନିପରିବାରୁ ମୁହଁ ଫେରାଉଛନ୍ତି ଗ୍ରାହକ
ରୋଷେଇ ଶାଳ ଉପରେ ମହଙ୍ଗା ମାଡ । ଯେଉଁ ପରିବା କିଣିବାକୁ ଦିନେ ଖାଉଟି ବ୍ୟଗ୍ର ହେଉଥିଲା ଆଜି ତାହାକୁ କିଣିବାକୁ ପଛ ଘୁଞ୍ଚା ଦେଉଛନ୍ତି । ଅଧିକ ପଢନ୍ତୁ
ଆକାଶଛୁଆଁ ଦରଦାମ: ପରିବାରୁ ମୁହଁ ଫେରାଉଛନ୍ତି ଗ୍ରାହକ
ଭବାନାପାଟଣା:ରୋଷେଇଶାଳ ଉପରେ ମହଙ୍ଗା ମାଡ । ବଜାରରେ ଆକାଶ ଛୁଆଁ ହେଉଛି ପରିବା ଦର । ସବୁ ପନିପରିବାର ଦର ପାଖାପାଖି ୪୦ ଟଙ୍କା ଉପରେ । ଯାହାକୁ ନେଇ ବ୍ୟବସାୟୀ ଚିନ୍ତାରେ ରହିଥିବା ବେଳେ ଅସନ୍ତୁଷ୍ଟ ଖାଉଟି । ବିଶେଷକରି କଳାହାଣ୍ଡି ଜିଲ୍ଲାରେ ପରିବା ଦର ହୁହୁ ହୋଇ ବଢ଼ିବାରେ ଲାଗିଛି । ପେଟ୍ରୋଲ ଡିଜେଲ ଦର ବୃଦ୍ଧି ହେବା ଯୋଗୁଁ ଗାଡି ଭଡା ମଧ୍ୟ ବୃଦ୍ଧି ପାଇଛି । ଯେଉଁଥିବା ପରିବା ଦର ସହ ଖାଉଟି ସାମଗ୍ରୀ ଦର ଆକାଶ ଛୁଆଁ ହେଉଥିବା ବ୍ୟବସାୟୀ କହୁଥିବା ବେଳେ ଦରକୁ ଦେଖି ଗ୍ରାହକ ଅସନ୍ତୁଷ୍ଟ ।