ଓଡିଶା

odisha

ETV Bharat / state

ପକେଟ ଜାଳୁଛି ପରିବା ଦର: ଟମାଟୋ 180, ଗାଜର 150

ପରିବା ହାଟରେ ଆକାଶ ଛୁଆଁ ପରିବା ଦର । ଟମାଟୋ ଦର ଶୁଣି ଛାନିଆ ଗ୍ରାହକ । ହଜାର ଟଙ୍କାରେ ବି ପୁରୁନି ପରିବା ବ୍ୟାଗ । ଅଧିକ ପଢନ୍ତୁ

vegetable price hike in kalahandi market
vegetable price hike in kalahandi market

By

Published : Jul 2, 2023, 1:51 PM IST

vegetable price hike in kalahandi market

ଭବାନୀପାଟଣା:ପରିବା ହାଟରେ ଲାଗିଛି ନିଆଁ । ପରିବା ଦର ଶୁଣି ଜଳୁଛି ଗ୍ରାହକଙ୍କ ପକେଟ । ଟମାଟୋ ଠାରୁ ଆରମ୍ଭ କରି ପୋଟଳ, ଝୁଡଙ୍ଗ, ବିନ୍ସ ଓ ଗାଜର ଦର କିଲୋ ପିଛା ୧୦୦ ଟଙ୍କା ପାର କରିଛି । ବର୍ଷା ଆରମ୍ଭ ହେଉ ହେଉ ପରିବା ଦର ବୃଦ୍ଧି ଗାହକଙ୍କ ପକେଟଙ୍କୁ ସିଧା ମାଡ ହୋଇଛି । ପରିବା ଦର ସହ ଖାଉଟି ସାମଗ୍ରୀ ଦର ଆକାଶ ଛୁଆଁ ହେଉଥିବା ବ୍ୟବସାୟୀ କହୁଥିବାବେଳେ ଦର ଶୁଣି ଗ୍ରାହକ ଅସନ୍ତୁଷ୍ଟ । ବର୍ତ୍ତମାନ କଳାହାଣ୍ଡି ବଜାରରେ କିଛି ଦିନ ତଳେ ପରିବା କିଲୋ ପିଛା ୨୦ରୁ ୪୦ ଟଙ୍କାରେ ବିକ୍ରି ହେଉଥିଲା । ବର୍ତ୍ତମାନ କିନ୍ତୁ ତିନି ଗୁଣ ବଢିଯାଇଛି । ଟମାଟୋ ଦର ଶୁଣି ଖାଉଟିଙ୍କୁ ଡର ଲାଗୁଛି ।

କିଛି ଦିନ ପୂର୍ବରୁ ଟମାଟୋ ମାଗଣା ନେବାକୁ ଲୋକେ ପଛଘୁଞ୍ଚା ଦେଉଥିବାବେଳେ ଏବେ ଟମାଟୋ କିଲୋ ୧୮୦ ଟଙ୍କା ପାର କରିଛି। ଫଳେ ଟମାଟୋ ଆଡକୁ ଅନାଇବାକୁ କିଛି ଗ୍ରାହକ ମନବଳାଉ ନାହାନ୍ତି । କେବଳ ଟମାଟୋ ନୁହେଁ ବରଂ କଳାହାଣ୍ଡି ବଜାରରେ ବାଇଗଣ କିଲୋ ପିଛା ୮୦ରୁ ୧୩୦ ଟଙ୍କା ବିକ୍ରି ହେଉଛି । ଝୁଡଙ୍ଗ କିଲୋ ୧୨୦, ବିନ୍ସ କିଲୋ ୧୪୦, ବିଟ ୧୦୦, ଗାଜର ଦର କିଲୋପ୍ରତି ୧୫୦ ରୁ ୧୮୦ ଟଙ୍କା ରହିଛି । ସେହିପରି କଞ୍ଚାଲଙ୍କା କିଲୋ ପ୍ରତି ୨୦୦ ସହ ଟଙ୍କା, ଭେଣ୍ଡି କିଲୋ ପ୍ରତି ୯୦ ଟଙ୍କା, ପୋଟଲ କିଲୋ ପ୍ରତି ୧୦୦ ରୁ ୧୨୦ ଟଙ୍କା, ସିମଲା ଲଙ୍କା ୨୦୦ ସହ ଟଙ୍କା ରହିଥିବା ବେଳେ ପତ୍ର କୋବି ୮୦ ଓ ଫୁଲ କୋବି ୧୦୦ ରୁ ୧୧୦ ଟଙ୍କାରେ କିଲୋ ପ୍ରତି ବିକ୍ରି ହେଉଛି ।

ଏହା ମଧ୍ୟ ପଢନ୍ତୁ-ପରିବା ବଜାରରେ ନିଆଁ: କଲରା ୧୦୦, ଟମାଟୋ ଦର ଶୁଣି ଛାନିଆ ଗ୍ରାହକ

ପୂର୍ବରୁ ୧୦୦ ଟଙ୍କାରେ ପରିବା କିଣିଲେ ବ୍ୟାଗ ପୁରିଯାଉଥିଲା । ଏବେ କିନ୍ତୁ ଏକ ହଜାର ଟଙ୍କାରେ ପରିବା କିଣିଲେ ମଧ୍ୟ ବ୍ୟାଗ ପୁରୁ ନାହିଁ । କିଛି ଦିନ ପୂର୍ବେ ସ୍ୱାଭାବିକ ଦରରେ ବଜାରରେ ବିକ୍ରୟ ହେଉଥିବା ପରିବା ଏବେ ତିନିଗୁଣ ଦର ବୃଦ୍ଧି ପାଇଛି । ସ୍ଥିତି ଏମିତି ହେଲାଣି ଯେ ବଜାରକୁ ଲୋକେ ଯିବାକୁ ଭୟ କରୁଛନ୍ତି । ଏପରି ଦର ବୃଦ୍ଧି ଖାଉଟିଙ୍କୁ ବେଶ ପ୍ରଭାବିତ କରିଛି । ୧ କିଲୋ କିଣିବା ପରିବର୍ତ୍ତେ ୨୦୦ ଗ୍ରାମ କିମ୍ବା ୨୫୦ ଗ୍ରାମ ନେଇ ଘର ଚଳାଇବାକୁ ପଡୁଛି । ହଠାତ ଖାଉଟି ସାମଗ୍ରୀ ସହ ପରିବା ଦର ବୃଦ୍ଧି ହେବାରୁ ଖାଉଟିଙ୍କ ମନରେ ଉଦବେଗ ପ୍ରକାଶ ପାଇଛି ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details