ଓଡିଶା

odisha

ETV Bharat / state

ଲକ ଡାଉନ: ପରିବା ବଜାରରେ ନିଆଁ - କଳାହାଣ୍ଡି ଲକ ଡାଉନ ଖବର

କୋରୋନା ସଂକ୍ରମଣ ବିସ୍ତାରକୁ ରୋକିବା ପାଇଁ ସମଗ୍ର ଦେଶରେ ଲକ ଡାଉନ ଲାଗୁ ହୋଇଥିବା ବେଳେ ପରିବା ବଜାରରେ ଆକାଶ ଛୁଆଁ ଦର ।

vegetable price high during lockdown
ପରିବା ବଜାରରେ ନିଆଁ

By

Published : Mar 28, 2020, 2:09 PM IST

କଳାହାଣ୍ଡି: କୋରୋନା ସଂକ୍ରମଣ ବିସ୍ତାରକୁ ରୋକିବା ପାଇଁ ସମଗ୍ର ଦେଶରେ ଲକ ଡାଉନ ଲାଗୁ ହୋଇଥିବା ବେଳେ ପରିବା ବଜାରରେ ଆକାଶ ଛୁଆଁ ଦର । ସବୁଠୁ ଅତ୍ୟାବଶ୍ୟକ ସାମଗ୍ରୀ ବୋଲାଉଥିବା କିଛି ପରିବା ଦର ୫୦ ଟଙ୍କା ଉପରେ ରହିଥିବା ବେଳେ ଆଉ କିଛି ପରିବା ଦର ୧୦୦ଟଙ୍କାରେ ବିକ୍ରି ହେଉଛି ।

ପରିବା ବଜାରରେ ନିଆଁ

ଏହି ପରିବା ମଧ୍ୟରେ ସାମିଲ ରହିଛି ବିନ୍ସ ଓ ଛୁଇଁ । ଏଥିସହ ଭିନ୍ନ ଭିନ୍ନ ହାଟରେ ଭଳିକି ଭଳି ଦରଦାମ । କେଉଁଠି ବାଇଗଣ କିଲୋ ୪୦ ତ ଆଉ କେଉଁଠି ୫୦ ଟଙ୍କା । ସେହିପରି କେଉଁଠି ଟମାଟୋ ୪୦ ରୁ ୬୦ ଟଙ୍କାରେ ବିକ୍ରି ହେଉଛି । ଏହାଛଡା କଲରା ଏବଂ ଫୁଲକୋବି ୫୦-୮୦ ଟଙ୍କାରେ ବିକ୍ରି ହେଉଛି ।

ଯଦିଓ ଆଳୁ ଓ ପିଆଜ ଦର ସପ୍ତାହ ଭିତରେ କିଲୋ ପିଛା ୫ ରୁ ୧୦ ଟଙ୍କା ବଢି ଚଳଣୀୟ ଅବସ୍ଥାରେ ରହିଛି। ହେଲେ ପରିବା କିନ୍ତୁ ଧୀରେ ଧୀରେ ଖାଉଟିଙ୍କ କିଣିବା ନିୟନ୍ତ୍ରଣ ବାହାରକୁ ଚାଲି ଯାଉଛି। ଫଳରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ମାର୍କେଟ ସବୁଠି ପରିବାର ଆମଦାନୀ କମିଗଲାଣି ।

ଲକଡାଉନ ପାଇଁ ଗାଡିମଟର ଚଳାଚଳ ବନ୍ଦ ରହିଥିବା ବେଳେ ବେପାରୀ ମଧ୍ୟ ଭୟରେ ପନିପରିବା ଧରି ଆସୁନଥିବାରୁ ସ୍ଥିତି ଆହୁରି ବିଗିଡିବା ଆଶଙ୍କା କରୁଛନ୍ତି ବ୍ୟବସାୟୀ। ସେପଟେ ପ୍ରଶାସନ ଦର ନିୟନ୍ତ୍ରଣ ଉପରେ ପଦକ୍ଷେପ ନେବା ଜରୁରୀ ହୋଇପଡିଛି।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

ABOUT THE AUTHOR

...view details