ଓଡିଶା

odisha

ETV Bharat / state

କଳାହାଣ୍ଡିରେ ଅଶୁଭ ଗୁରୁବାର, ଗୋଟିଏ ଦିନରେ ଚାଲିଗଲା ୩ ଜୀବନ

କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରୁ ୩ଜଣଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ସଡ଼କ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ବଜ୍ରାଘାତ ଯୋଗୁଁ ଜଣେ ମହିଳାଙ୍କ ଜୀବନ ଯାଇଛି । ଅପରପକ୍ଷେ କେନାଲରୁ ମିଳିଛି ଜଣେ ମହିଳାଙ୍କ ମୃତଦେହ । ଅଧିକ ପଢନ୍ତୁ

By

Published : May 25, 2023, 10:10 PM IST

କଳାହାଣ୍ଡିରେ ଗୋଟିଏ ଦିନରେ ଚାଲିଗଲା ୩ ଜୀବନ
କଳାହାଣ୍ଡିରେ ଗୋଟିଏ ଦିନରେ ଚାଲିଗଲା ୩ ଜୀବନ

କଳାହାଣ୍ଡି:କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ଘଟିଯାଇଛି ପୃଥକ ପୃଥକ ଅଘଟଣ । ଗୋଟିଏ ଦିନରେ ଝଡି ପଡିଛି ୩ ଅମୂଲ୍ୟ ଜୀବନ। ସୂଚନା ଅନୁଯାୟୀ, ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ହୋଇଥିଲା। ସେହି ପରି ଜିଲ୍ଲାର ଜୟପାଟଣା ଅଞ୍ଚଳରେ ମଧ୍ୟ ବଜ୍ରପାତ ସହ ବର୍ଷ ହୋଇଥିଲା। ଆଉ ଏହି ସମୟରେ ବଜ୍ରାଘାତରେ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି।

ସୂଚନା ଅନୁଯାୟୀ ଜୟପାଟଣା ଥାନା ଅନ୍ତର୍ଗତ ମୁଣ୍ଡୁରୁଗୁଡା ଗାଁର କମଳା ନାଏକଙ୍କ ବାପା ଓ ମାଆ ଶ୍ରମିକ ଭାବରେ କାର୍ଯ୍ୟ କରନ୍ତି । କମଳା ସେମାନଙ୍କ ପାଇଁ ଖାଦ୍ୟ ନେଇ ଗାଁ ମୁଣ୍ଡ ପୋଖରୀ ଖନନ ହେଉଥିବା ସ୍ଥାନକୁ ଯାଉଥିବା ସମୟରେ ହଠାତ କାଳବୈଶାଖୀ ବର୍ଷା ସହ ଆକାଶରେ ମାଡ଼ି ଆସିଲା କଳାହାଣ୍ଡିଆ ମେଘ। ପ୍ରବଳ ବଜ୍ରପାତ ହେଉଥିବା ଦେଖି କମଳା ନିକଟରେ ଥିବା ସ୍କୁଲ ଗୃହରେ ଆଶ୍ରୟ ନେବାକୁ ଯିବାବେଳେ ହିଁ ବଜ୍ରାଘାତ ଯୋଗୁ ଘଟଣାଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ପରିବାର ଓ ଗ୍ରାମବାସୀ ଘଟଣାସ୍ଥଳରେ ପହଁଚିବା ବେଳକୁ କମଳାଙ୍କ ଜୀବନ ଚାଲି ଯାଇଥିଲା । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

ଅପରପକ୍ଷେ, ଜିଲ୍ଲାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣକ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଥିବା ଜଣାପଡିଛି । କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଡୁମେରପଦର ନିକଟରେ ଘଟିଛି ଏହି ଦୁର୍ଘଟଣା । ସୂଚନା ଅନୁଯାୟୀ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ତୁଜେର ଗାଁର ଲାଲ ସିଂ ମାଝୀ ଓ ଘାସିରାମ ମାଝୀ ଉଭୟ ସମ୍ପର୍କୀୟ ଭାଇ । ସେମାନେ ବାଇକ ଯୋଗେ ଥୁଆମୂଳ ସମ୍ପର୍କୀୟଙ୍କ ଘରଙ୍କୁ ଯାଉଥିବାବେଳେ ଡୁମେର ପଦର ନିକଟରେ ସାମ୍ନାପଟୁ ଆସୁଥିବା ଏକ ବାଇକ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଲାଲସିଂ ମାଝୀଙ୍କ ମୃତ୍ୟ ହୋଇଛି । ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଘାସିରାମ ମାଝୀଙ୍କୁ ଉଦ୍ଧାର କରି ପ୍ରଥମେ ଥୁଆମୂଳ ରାମପୁର ଓ ପରେ ଭବାନୀପାଟଣା ଡାକ୍ତର ଖାନାରେ ଭର୍ତ୍ତି କରିଥିବା ଜଣାପଡିଛି । ଖବର ପାଇ ପୋଲିସ ପହଞ୍ଚି ତଦନ୍ତ କରିଛି ।

ଅନ୍ୟପଟେ ଜୟପାଟଣା ଅଞ୍ଚଳର କେନାଲରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ। ଜୟପାଟଣା ଥାନା ଅନ୍ତର୍ଗତ ପ୍ରତାପପୁର ଗ୍ରାମପଞ୍ଚାୟତ କଲୋନୀପଡାର ଏକ ନାଳରେ ଜଣେ ବିବାହିତ ମହିଳାଙ୍କ ମୃତଦେହ ଭାସମାନ ଅବସ୍ଥାରେ ରହିଥିଲା । ମୃତ ମହିଳା ଜଣକ କଲୋନୀ ପଡାର ସ୍ବାଗତିକା ରାଉତ ବୋଲି ଜଣାପଡିଛି । ମୃତ ମହିଳାଙ୍କ ବାପଘର ଲୋକେ ପହଞ୍ଚି ସ୍ବାଗତିକାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ନେଇ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ବିରେନ୍ଦ୍ର ରାଉତକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details