ଭବାନୀପାଟଣା: ଠକ ସଂସ୍ଥା ଟାର୍ଗେଟରେ ବେକାର ଯୁବକ ଯୁବତୀ । ଚାକିରୀ ଦେବା ନାଁ ରେ କଳାହାଣ୍ଡି ଜିଲ୍ଲାରେ ଖୋଲିଛି ଅନେକ ଗୁଡିଏ ପ୍ଲେସମେଣ୍ଟ ସଂସ୍ଥା । ଆଉ ଶିକ୍ଷିତ ବେକାର ଯୁବକ ଯୁବତୀଙ୍କ ଠାରୁ ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା । କିନ୍ତୁ ଚାକିରୀ ପରିବର୍ତ୍ତେ ଟଙ୍କାନେଇ ପାର ହେବାକୁ ବସିଛି ପ୍ଲେସମେଣ୍ଟ ସଂସ୍ଥା । କିଏ କହୁଛି ପାର୍ଟ ଟାଇମ କରି ଟଙ୍କା ପାଆନ୍ତୁତ ଆଉ କିଏ କହୁଛି ଘରେ ବସି ନିଅନ୍ତୁ ମାସିକ ଦରମା । ଖବର କାଗଜ ଓ କାନ୍ଥବାଡରେ ଏଭଳି ବିଜ୍ଞାପନ ଦେଖି ଉତ୍ସାହିତ ହୋଇପଡୁଛନ୍ତି ବେକାର ଶିକ୍ଷିତ ଯୁବକ ଯୁବତୀ । ଆଉ ଚାକିରୀ ପାଇଁ ଆବେଦନ କରି ଅଗ୍ରୀମ ଆକାରରେ ଦେଉଛନ୍ତି ହଜାର ହଜାର ଟଙ୍କା ।
ହେଲେ କିଛି ଦିନ ପରେ ଚାକିରୀ ବଦଳରେ ପ୍ଲେସମେଣ୍ଟ ସଂସ୍ଥା ବନ୍ଦ କରି ପାର ହୋଇ ଯାଉଛନ୍ତି । ଯାହା ଫଳରେ ସହ ସହ ଯୁବକ ଯୁବତୀ ଲକ୍ଷାଧିକ ଠକେଇ ର ଶିକାର ହେଉଛନ୍ତି । ସବୁଠାରୁ ବଡ଼ କଥା ହେଲା ବିଜ୍ଞାନରେ ଲାଗିଥିବା ପୋଷ୍ଟରରେ ରହୁନି ସଂସ୍ଥାର ଠିକଣା । ଆଉ ଏ ଠକ ସଂସ୍ଥାର ଶିକାର ହୋଇଛନ୍ତି ଜିଲ୍ଲାର କିଛି ଯୁବକ ଯୁବତୀ । ଉର୍ଯୋଗ ପଞ୍ଚତତ୍ତ୍ବ ପ୍ରାଇଭେଟ ଲିମିଟେଡ଼ ନାଁରେ ଏକ ସଂସ୍ଥା ୬୦ ରୁ ଉର୍ଦ୍ଧ୍ବ ବେକାର ଯୁବକ ଯୁବତୀ ମାନଙ୍କୁ ଚାକିରୀ ଦେବା ନାଁ ରେ ଠକି ନେଇଛି ହଜାର ହଜାର ଟଙ୍କା ।