ଭବାନୀପାଟଣା: ଗତ ୧୨ ତାରିଖ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମଖଲା ଗାଁର ପ୍ରସୂତି ରାଧିକା ଜୁଆଡ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଶିଶୁଟିକୁ ଜନ୍ମ ଦେଇଥିଲେ । ହେଲେ ରକ୍ତ ଅଭାବରେ ଶିଶୁର ମୃତ୍ୟୁ ଗତ ୧୪ ତାରିଖ ହୋଇଥିଲା ଓ ଗୁରୁତର ପ୍ରସୂତିକୁ ରକ୍ତର ଆବଶ୍ୟକତା ରହିଥିଲା । ହେଲେ ପ୍ରସୂତିର ରକ୍ତ ଗୃପ ‘ଓ’ ପଜିଟିଭ ବମ୍ବେ ଫେନୋଟାଇପ ରହିଥିବାରୁ ଏହି ବିରଳ ରକ୍ତ ଜିଲ୍ଲା କିମ୍ବା ପଡୋଶୀ ବ୍ଲଡ ବ୍ୟାଙ୍କରେ ଉପଲବ୍ଧ ନଥିଲା । ଫଳରେ ଶିଶୁ ମୃତ୍ୟୁ ପରେ ଗୁରୁତର ପ୍ରସୂତି ରକ୍ତର ଆବଶ୍ୟତକା କରୁଥିଲା । ଯାହାକୁ ନେଇ କଳାହାଣ୍ଡି ଆକ୍ଟିଭିଷ୍ଟ ଅର୍ଗାନାଇଜେସନ ସୋସିଆଲ ମିଡିଆରେ ସହୟତାର ଅପିଲ କରିଥିଲେ ।
ବିରଳ ଗ୍ରୁପର ରକ୍ତଦାନ କରି ପ୍ରସୂତୀଙ୍କ ଜୀବନ ବଞ୍ଚାଇଲେ ଦୁଇ ଯୁବକ - ଯୁବକଙ୍କ ବିରଳ ରକ୍ତ ଦାନ
କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମଖଲା ଗାଁର ପ୍ରସୂତି ରାଧିକା ଜୁଆଡଙ୍କୁ ବିରଳ ଗ୍ରୁପର ରକ୍ତଦାନ କରି ଜୀବନ ବଞ୍ଚାଇଲେ ଦୁଇ ବ୍ୟକ୍ତି । ଅଧିକ ପଢନ୍ତୁ...
ବିରଳ ରକ୍ତଦାନ କରି ପ୍ରସୂତୀଙ୍କ ଜୀବନ ବଞ୍ଚାଇଲେ ଦୁଇ ଯୁବକ
ବିରଳ ରକ୍ତଦାନ କରି ପ୍ରସୂତୀଙ୍କ ଜୀବନ ବଞ୍ଚାଇଲେ ଦୁଇ ଯୁବକ
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ