ଭବାନୀପାଟଣା:୨୦୨୦ରେ କଳାହାଣ୍ଡିରେ ଘଟିଥିବା ନବଜାତ ଶିଶୁ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପୋଲିସ । ଗତବର୍ଷ ଲକଡାଉନ ପୂର୍ବରୁ ବୋରଗୁମାର ଗୁରୁବାରୀ ମାଝୀ ଓ ଗାୟତ୍ରୀ ନାଗ ସହ ଚାରିଜଣ ଗୋଆ ଦାଦନ ଖଟିବାକୁ ଯାଇଥିଲେ । ଗୋଆ ପହଞ୍ଚିବାର ୧୫ଦିନ ପରେ ଲକଡାଉନ ହୋଇଥିଲା । ପୂର୍ବରୁ କଳାହାଣ୍ଡି ଜିଲ୍ଲା ବେହେରେନସିଲ ଗାଁ ର ତ୍ରିପାଳ ନାଏକ ମଧ୍ୟ ସେଠାରେ କାମ କରୁଥିଲେ। ତେବେ ତ୍ରିପାଳ ନାଏକ ବିବାହିତ ହୋଇଥିବା ସତ୍ତ୍ବେ ଗୁରୁବାରୀ ଓ ଗାୟତ୍ରୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ । ତ୍ରିପାଳ ନିଜକୁ ଅବିବାହିତ ବୋଲି ମିଛ କହି ଉଭୟଙ୍କୁ ସ୍ତ୍ରୀର ମର୍ଯ୍ୟାଦା ଦେବେ ବୋଲି ଶାରୀରିକ ସମ୍ପର୍କ ମଧ୍ୟ ସ୍ଥାପନ କରିଥିଲେ ।
ଅନୈତିକ ସମ୍ପର୍କ ପାଇଁ କୋମଳମତି ଶିଶୁକୁ ହତ୍ୟା, ପୋଲିସ ଖୋଲିଲା ଗୁମର - kalahandi child murder
୨୦୨୦ରେ କଳାହାଣ୍ଡିରେ ଘଟିଥିବା ନବଜାତ ଶିଶୁ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପୋଲିସ । ଦୁଇ ଶିଶୁଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ପ୍ରେମୀଯୁଗଳକୁ ଗିରଫ କରିଛି ପୋଲିସ । ଅଧିକ ପଢ଼ନ୍ତୁ...
ଅନୈତିକ ସମ୍ପର୍କ ପାଇଁ କୋମଳମତି ଶିଶୁକୁ ହତ୍ୟା, ପୋଲିସ ଖୋଲିଲା ଗୁମର
ପରବର୍ତ୍ତୀ ସମୟରେ ଉଭୟ ଗୁରୁବାରୀ ଏବଂ ଗାୟତ୍ରୀ ଗର୍ଭବତୀ ହୋଇଥିଲେ । ୨୦୨୧ ମସିହା ଜୁନ ଓ ଜୁଲାଇ ମାସରେ ଉଭୟ ଗୁରୁବାରୀ ଓ ଗାୟତ୍ରୀ ଗୋଆର ସାପରରେ ଦୁଇ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ତେବେ ଲୋକଲଜ୍ଜ୍ୟା ଡରରେ ଦୁଇ ନବଜାତ ଶିଶୁଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲା ତ୍ରିପାଲ ନାୟକ ସହ ଗୁରୁବାରୀ ଏବଂ ଗାୟତ୍ରୀ । ଜନ୍ମ ହେବାର ଗୋଟିଏ ଦିନ ପରେ ଶିଶୁକୁ ହତ୍ୟା କରିଥିଲା ତ୍ରିପାଲ ।
କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ