ଓଡିଶା

odisha

ETV Bharat / state

୩୮ ବର୍ଷର ଜଙ୍ଗଲୀ ଜୀବନ, ବିନା ରାସ୍ତା ଓ ଆଲୁଅରେ କଟୁଛି ଦିନ - ଘଞ୍ଚ ଜଙ୍ଗଲ ଭିତରେ କଟୁଛି ଜୀବନ

ଦୀର୍ଘ ୩୮ବର୍ଷ ଧରି ସରକାରୀ ଯୋଜନା କାର୍ଯ୍ୟକାରୀ ଆଶାରେ ଜଙ୍ଗଲରେ ସଂଘର୍ଷମୟ ଜୀବନ କାଟୁଛନ୍ତି କଳାହାଣ୍ଡିର ଜୟନ୍ତପୁର ଗ୍ରାମବାସୀ । ବିନା ରାସ୍ତା ଓ ଆଲୁଅରେ କଟୁଛି ଦିନ। ଅଧିକ ପଢନ୍ତୁ...

spend 38 years in a jungle
୩୮ ବର୍ଷର ଜଙ୍ଗଲୀ ଜୀବନ

By

Published : Dec 23, 2019, 3:01 PM IST

Updated : Dec 24, 2019, 9:09 AM IST

କଳାହାଣ୍ଡି: ଘଞ୍ଚ ଜଙ୍ଗଲ ଭିତରେ କଟୁଛି ଜୀବନ । ନା ଅଛି ରାସ୍ତା, ନା ଆଲୁଅର ବ୍ୟବସ୍ଥା। ବର୍ଷାଦିନେ 4ମାସ ପାଇଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଏ ଗାଁ । ପ୍ରତିବର୍ଷ ହାତୀ ନଦୀରେ ବନ୍ୟା ଆସି ଆଦିବାସୀଙ୍କ ସର୍ବସ୍ବଃ ଉଜାଡି ଦିଏ ।

୩୮ ବର୍ଷର ଜଙ୍ଗଲୀ ଜୀବନ

ଆଉ ଏସବୁ ମଧ୍ୟରେ ଦୀର୍ଘ ୩୮ବର୍ଷ ଧରି ସରକାରୀ ଯୋଜନା କାର୍ଯ୍ୟକାରୀ ଆଶାରେ ଜଙ୍ଗଲରେ ସଂଘର୍ଷମୟ ଜୀବନ କାଟୁଛନ୍ତି କଳାହାଣ୍ଡିର ଜୟନ୍ତପୁର ଗ୍ରାମବାସୀ । ଜୟନ୍ତପୁର ଯିବାକୁ ହେଲେ କେସିଙ୍ଗା ବ୍ଲକରୁ ୭ କିମି ପାଦଚଲା ଜଙ୍ଗଲ ରାସ୍ତା ଦେଇ ଯିବାକୁ ପଡେ । ଆଉ ଗାଁ କହିଲେ ଏଠାରେ ରହୁଥିବା ଦୁଇଟି ପରିବାରକୁ ବୁଝାଏ । ସେପଟେ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଏହି ଗାଁର 35 ଟି ପରିବାର ମଧ୍ୟରୁ 33 ପରିବାର ଭିଟାମାଟି ଛାଡି ଅନ୍ୟତ୍ର ରହୁଛନ୍ତି ।

୧୯୮୧ ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ କେସିଙ୍ଗା ବ୍ଲକ କାନ୍ତେଶୀର ଗ୍ରାମପଞ୍ଚାୟତ ବଜରଗଡ ଜଙ୍ଗଲରେ ଉଦଘାଟନ କରିଥିଲେ ଜୟନ୍ତପୁର 'ସମନ୍ବିତ ଗୃହ ନିର୍ମାଣ ଯୋଜନା' । ଯାହା ଏହି ଫଳକ ବେଶ ବୟାନ କରୁଛି ।

ଏହି ଯୋଜନାରେ ୩୫ ଆଦିବାସୀ ପରିବାରକୁ ୪ ଡିସମିଲ ଘରଡିହ ସମେତ 2 ଏକର ଲେଖାଁଏ ଚାଷଜମି ତଥା ମାଟିଘର କଲୋନୀ ପ୍ରଦାନ କରାଯାଇଥିଲା । ସେ ସମୟରେ ୫ ବର୍ଷ ପର୍ଯ୍ୟନ୍ତ ଚାଷ ପାଇଁ ସରକାରଙ୍କ ତରଫରୁ ସହଯୋଗ ପ୍ରଦାନ ମଧ୍ୟ କରାଯାଇଥିଲା । ହେଲେ ଏହା ପରେ ସରକାର ଓ ପ୍ରଶାସନ ଜଙ୍ଗଲ ଭିତରେ ଥଇଥାନ କରିଥିବା ଜୟନ୍ତପୁରବାସୀଙ୍କୁ ଭୁଲି ଗଲେ ।

ମାତ୍ର ସେତେବେଳର ପ୍ରତିଶ୍ରୃତି ବର୍ତମାନ ସରକାର ଓ ପ୍ରଶାସନ ପାଇଁ ଅଲୋଡା । ସେହିପରି କେସିଙ୍ଗା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଜିଲ୍ଲାପାଳଙ୍କୁ ଯୋଗାଯୋଗ କରାଯିବାରୁ ଘଟଣା ବହୁ ପୁରୁଣା କହି ଏଡାଇ ଦେଇଛନ୍ତି ଅଧିକାରୀ ।

କଳାହାଣ୍ଡିରୁ ଅଜିତ ସିଂହ, ଇଟିଭି ଭାରତ

Last Updated : Dec 24, 2019, 9:09 AM IST

ABOUT THE AUTHOR

...view details