ଭବାନୀପାଟଣା :କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହର ଗୋତିପଡା ରାମ ମନ୍ଦିର ନିକଟରେ ଏସିଡ ମାଡ଼ରେ ୨ ଜଣ ଗୁରୁତର । ସୂଚନା ଅନୁଯାୟୀ ଜୁନାଗଡ଼ ସହର ଗୋତିପଡାର ମୋହନଲାଲ ବିଶି, ନିଳାମ୍ବର ମାଝୀ ଓ ଶାନ୍ତନୁ ବିଶି ଏକା ସାଙ୍ଗରେ ପଲମ୍ବର କାମ କରିବାକୁ ଯାଇଥିଲେ । ସେହି ସମୟରେ ଶାନ୍ତନୁ ବିଶି ସହ ମୋହନଲାଲ ଓ ନିଳାମ୍ବର ମାଝୀଙ୍କର ଝଗଡ଼ା ହୋଇଥିଲା ।
ଏହାକୁ ନେଇ କିଛି ଦିନ ହେଲା ମୋହନଲାଲ ଓ ନିଳାମ୍ବର ଅଭିଯୁକ୍ତ ଶାନ୍ତନୁକୁ ସାଙ୍ଗରେ କାମ କରିବାକୁ ନେଉନଥିଲେ । ଏନେଇ ଆଜି ସନ୍ଧ୍ୟାରେ ଉତକ୍ଷିପ୍ତ ହୋଇ ଅଭିଯୁକ୍ତ ଶାନ୍ତନୁ ସହରର ରାମ ମନ୍ଦିର ନିକଟରେ ମୋହନଲାଲ ଓ ନିଳାମ୍ବର ମାଝୀଙ୍କ ଉପରକୁ ଏସିଡ ମାଡ଼ କରିଥିଲା । ଏହାଦେଖି ସ୍ଥାନୀୟ ଲୋକେ ତୁରନ୍ତ ମୋହନଲାଲ ଓ ନିଳାମ୍ବର ମାଝୀକୁ ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।