ଓଡିଶା

odisha

By ETV Bharat Odisha Team

Published : Oct 8, 2023, 10:35 PM IST

ETV Bharat / state

କଳାହାଣ୍ଡିରେ ଦିନକରେ ଗଲା ୨ ଜୀବନ: ବିଦ୍ୟୁତ ଆଘାତରେ ଶ୍ରମିକଙ୍କ ମୃତ, କେନାଲରୁ ମିଳିଲା ବୃଦ୍ଧଙ୍କ ମୃତଦେହ

କଳାହାଣ୍ଡିରେ ଦୁଇଟି ପୃଥକ ପୃଥକ ସ୍ଥାନରେ ୨ଜଣଙ୍କ ଜୀବନ ଯାଇଛି । ଏନେଇ ପୋଲିସ 2ଟି ପୃଥକ ପୃଥକ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଅଧିକ ପଢନ୍ତୁ

କଳାହାଣ୍ଡିରେ ଦିନକରେ ଗଲା ୨ ଜୀବନ
two people found dead

ଭବାନୀପାଟଣା:କଳାହାଣ୍ଡିରେ ଦୁଇଟି ପୃଥକ ପୃଥକ ସ୍ଥାନରେ ୨ଜଣଙ୍କ ଜୀବନ ଯାଇଛି । ଗୋଟିଏ ପଟେ ବିଦ୍ୟୁତ ଆଘାତରେ ଶ୍ରମିକଙ୍କ ଜୀବନ ଯାଇଥିବାବେଳେ ଅନ୍ୟପଟେ କେନାଲରୁ ମିଳିଛି ଜଣେ ବୃଦ୍ଧାଙ୍କ ମୃତଦେହ । ତେବେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା । ଏହି ମୃତ୍ୟୁ ଘଟଣାକୁ ନେଇ ପୋଲିସ 2ଟି ପୃଥକ ପୃଥକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

ସୂଚନା ଅନୁଯାୟୀ, କେସିଙ୍ଗା ଥାନା ଅନ୍ତର୍ଗତ କେନ୍ଦୁପଡାଠାରେ ଥିବା ଦ୍ବାରିକା ପୁରୀ କଟନ ମିଲରେ ଶ୍ରମିକ ଭାବରେ କାମ କରୁଥିଲେ ବୈଷ୍ଣବ ସୁନା । ତାଙ୍କ ଘର ଚିଚର୍ଲା ଗାଁରେ ହୋଇଥିବା ଜଣାପଡିଛି । ମିଲ ମ୍ୟାନେଜର ତାଙ୍କୁ ଉପରକୁ ଚଢ଼ି ସଫା କରିବାକୁ କହିଥିଲେ । ସେହି ସମୟରେ ଉଚ୍ଚ ସ୍ଥାନ ଉପରକୁ ଚଢି ଶ୍ରମିକ ଜଣକ କାମ କରୁଥିବାବେଳେ ହଠାତ୍ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିବା ସୂଚନା ମିଳିଛି । ଏହାପରେ ବିଦ୍ୟୁତ ଆଘାତ କାରଣରୁ ସେ ତଳେ ପଡି ଯିବା ଫଳରେ ଗୁରୁତର ଆହତ ହୋଇଥିଲେ । ପରେ ତାଙ୍କର ସହକର୍ମୀମାନେ ତାଙ୍କୁ ତୁରନ୍ତ କେସିଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ସେ ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ।

ତେବେ ଚିକିତ୍ସାଧିନ ଅବସ୍ଥାରେ ଶ୍ରମିକ ଜଣରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି । ସେପଟେ ଅନ୍ୟ ଜଣେ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ଜୟପାଟଣା ଥାନା ମୁଖୀଗୁଡା ଇନ୍ଦ୍ରାବତୀ ଡାହାଣ କେନାଲରେ ଏକ ବୃଦ୍ଧାଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା।

ଏହା ବି ପଢନ୍ତୁ...ସନ୍ଦେହ ଜନକ ଅବସ୍ଥାରେ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ଜନିତ ମୃତ୍ୟୁ ଅନୁମାନ

ଏହା ବି ପଢନ୍ତୁ...ଟ୍ରକ ଚାପାରେ ଲିଭିଗଲା କୁନି ପୁଅର ଜୀବନ ଦୀପ, ପୋଲିସକୁ ପିଟିଲେ ଉତ୍ତ୍ୟକ୍ତ ଲୋକେ

ମୃତ ବୃଦ୍ଧା ମୁଖୀଗୁଡା ଗ୍ରାମର ହେମା ପଟେଲ ବୋଲି ଜଣାପଡ଼ିଛି । ଗତ ୩ ଦିନ ଧରି ସେ ନିଖୋଜ ଥିବା ନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା । ତେବେ ତାଙ୍କ ହାତ, ଗୋଡ଼ ଓ ବେକକୁ ଏକ ରଶିର ବନ୍ଧା ଯାଇଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାରଲୋକେ । ପୋଲିସ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ଅପରପକ୍ଷେ, ଜିଲ୍ଲାରେ ଏକାସହ ଦୁଇ ଦୁଇଟି ଅଘଟଣକୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details