ଓଡିଶା

odisha

ETV Bharat / state

ଦୀର୍ଘଦିନର ଦାବି ହେଲା ପୂରଣ: 2 ମୋଟର ବୋଟର ଶୁଭାରମ୍ଭ, ଇନ୍ଦ୍ରାବତୀ ବୁଡି ଅଞ୍ଚଳରେ ଖୁସିର ଲହରୀ - ଇନ୍ଦ୍ରାବତୀ ବୁଡି ଅଞ୍ଚଳ

ଦୀର୍ଘଦିନର ଦାବି ପରେ ଶେଷରେ ଇନ୍ଦ୍ରାବତୀ ବୁଡି ଅଞ୍ଚଳବାସୀଙ୍କ ପାଇଁ ଚାଲିଲା ମୋଟର ବୋଟ ।

ଇନ୍ଦ୍ରାବତୀ ବୁଡି ଅଞ୍ଚଳବାସୀଙ୍କ ପାଇଁ ଚାଲିଲା 2ଟି ମୋଟର ବୋଟ

By

Published : Nov 11, 2019, 3:18 PM IST

କଳାହାଣ୍ଡି: ଇନ୍ଦ୍ରାବତୀ ବୁଡି ଅଞ୍ଚଳବାସୀଙ୍କ ପାଇଁ ଦୁଇଟି ମୋଟର ଚାଳିତ ବୋଟର ଶୁଭାରମ୍ଭ କରାଯାଇଛି । ଦୀର୍ଘଦିନରୁ ବୁଡି ଅଞ୍ଚଳବାସୀଙ୍କ ଦାବିକୁ ଗ୍ରହଣ କରି ଆଇଏପି ଅନୁଦାନରେ ଏହି ଡ଼ଙ୍ଗାକୁ ଲୋକାର୍ପଣ କରାଯାଇଛି ।

ଏହି ଅବସରରେ ଥୁଆମୂଳ ରାମପୁର ବ୍ଲକ ତଳନାଗି ପଞ୍ଚାୟତଠାରେ ଆଇଟିଡିଏ ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଏବଂ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ୍ତ ଦିଶାରୀ ଯୋଗଦେଇ ଏହି ମୋଟର ବୋଟର ଶୁଭାରମ୍ଭ କରିଥିଲେ । ବୁଡି ଅଞ୍ଚଳବାସୀଙ୍କ ସ୍ବାର୍ଥ ଦୃଷ୍ଟିରୁ ଖୁବ ଶୀଘ୍ର ଆହୁରି ଦୁଇଗୋଟି ମୋଟର ବୋଟ ପ୍ରଦାନ କରାଯିବ ବୋଲି ବିଧାୟକ ପ୍ରଦୀପ ଦିଶାରୀ ପ୍ରକାଶ କରିଥିଲେ । ତେବେ ମୋଟର ବୋଟ ଚାଲିବା ପରେ ବୁଡି ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି ।

ଇନ୍ଦ୍ରାବତୀ ବୁଡି ଅଞ୍ଚଳବାସୀଙ୍କ ପାଇଁ ଚାଲିଲା 2ଟି ମୋଟର ବୋଟ

ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ଜଳଭଣ୍ଡାରରେ ବୁଡି ଅଞ୍ଚଳରେ ବାସ କରନ୍ତି 18ଟି ଗାଁ । ଏମାନଙ୍କ ପାଇଁ ଡଙ୍ଗା ହିଁ ଏକମାତ୍ର ସାହା ଭରସା । ଇନ୍ଦ୍ରାବତୀ ସ୍ଥାପନ ହେଲାଦିନଠାରୁ ଦୀର୍ଘ ୪୦ ବର୍ଷ ହେଲା ଏହି ବୁଡି ଅଞ୍ଚଳବାସୀ ଏହିଭଳି ଜଳଭଣ୍ଡାରରେ ଡଙ୍ଗାରେ ଯିବା ଆସିବା କରିଥାନ୍ତି । ପିଡ଼ିଏସ ଚାଉଳ ପାଇଁ ହେଉ କିମ୍ବା ନିଜର ଦୈନନ୍ଦିନ ପେଟ ପାଟଣା ପାଇଁ ଜଳଭଣ୍ଡାର ଦେଇ ଅରପାରିକୁ ଆସିଥାନ୍ତି ଏମାନେ । ତେବେ ଅନେକ ଥର ଦେଖାଦେଇଛି ଜଳଭଣ୍ଡାରରେ ଡଙ୍ଗାରେ ଯିବା ଆସିବା କରୁଥିବାବେଳେ ବିଭିନ୍ନ ସମୟରେ ଡଙ୍ଗାବୁଡିରେ ବହୁ ଲୋକଙ୍କ ଜୀବନ ହାନି ମଧ୍ୟ ହୋଇଛି । ତଥାପି ସରକାରଙ୍କ ପକ୍ଷରୁ କୌଣସି ସ୍ଥାୟୀ ପ୍ରତିକାର କରାଯାଉ ନଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ ।

କଳାହାଣ୍ଡିରୁ ଅଜିତ ସିଂହ, ଇଟିଭି ଭାରତ

ABOUT THE AUTHOR

...view details