ଭବାନୀପାଟଣା : ପୁଣି ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଗାଁକୁ ଫେରିଲା ଦୁଇ ଦାଦନ ଶ୍ରମିକଙ୍କ ମୃତ ଶରୀର । ଶୋକାକୁଳ ପରିବେଶ ମଧ୍ୟରେ ହେଲା ଦୁହିଁଙ୍କ ଅନ୍ତିମ ସଂସ୍କାର । ଗୋଟିଏ ଜୁଇରେ ଜଳିଲା ଦୁଇଟି ମୃତଦେହ । ଏଭଳି ଏକ ଦୁଃଖଦପୁର୍ଣ୍ଣ ଘଟଣା ଅଞ୍ଚଳବାସୀଙ୍କୁ ମର୍ମାହତ କରିଛି ।
ଗୋଟିଏ ଜୁଇରେ ଦୁଇ ଦାଦନ ଶ୍ରମିକଙ୍କ ମୃତଦେହ - kalahandi two migrant labour was died
ପୁଣି ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଗାଁକୁ ଫେରିଲା ଦୁଇ ଦାଦନ ଶ୍ରମିକଙ୍କ ମୃତ ଶରୀର । ଶୋକାକୁଳ ପରିବେଶ ମଧ୍ୟରେ ହେଲା ଦୁହିଁଙ୍କ ଅନ୍ତିମ ସଂସ୍କାର । ଗୋଟିଏ ଜୁଇରେ ଜଳିଲା ଦୁଇଟି ମୃତଦେହ । ଏଭଳି ଏକ ଦୁଃଖଦପୁର୍ଣ୍ଣ ଘଟଣା ଅଞ୍ଚଳବାସୀଙ୍କୁ ମର୍ମାହତ କରିଛି । ଅଧିକ ପଢନ୍ତୁ...
ଗୋଟିଏ ଜୁଇରେ ଦୁଇ ଦାଦନ ଶ୍ରମିକଙ୍କ ମୃତଦେହ
ଗୋଟିଏ ଜୁଇରେ ଦୁଇ ଦାଦନ ଶ୍ରମିକଙ୍କ ମୃତଦେହ
ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଗୋପିନାଥପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପେରଗୁନି ପଡାର ଦୁଇ ଆଦିବାସୀ ଯୁବକ ମନୋହର ମାଝୀ ଓ ଉପେନ୍ଦ୍ର ମାଝୀ ଉଭୟେ ହାଇଦ୍ରାବାଦର କୁମ୍ପୁଲିରେ ଥିବା ଫେଆର୍ ଫିଲଡ ନାମକ ଏକ ଘରୋଇ କନଷ୍ଟ୍ରକସନ୍ କମ୍ପାନୀରେ କାମ କରୁଥିବା ବେଳେ ମଙ୍ଗଳବାର ସକାଳ ପ୍ରାୟ ୧୧ ଟା ସମୟର ଦୁର୍ଘଟଣାର ଶିକାର ହୋଇଥିଲା । ଦୁହିଁଙ୍କ ଉପରେ ଓଲଟି ପଡିଥିଲା ଏକ ଲୁହାଛଡ ବୋଝେଇ ଟ୍ରଲି ଏବଂ ଘଟଣାସ୍ଥଳରେ ଦୁହିଁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହି ଘଟଣାରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ