ଭବାନୀପାଟଣା: ମହଙ୍ଗା ପଡିଲା ସରକାରୀ ଅର୍ଥକୁ ଆତ୍ମସାତ କରିବା । ଜେଲ ଗଲେ ଦୁର୍ନୀତିଗ୍ରସ୍ତ ସରକାରୀ ବାବୁ । କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡର ନର୍ଲା ବନ ବିଭାଗ ରେଞ୍ଜରେ ଦୁର୍ନୀତି କରି ହଟହଟା ହୋଇଛନ୍ତି । ଜାମିନ ନାମଞ୍ଜୁର ହେବା ପରେ ଜେଲ ଗଲେ ଅତିରିକ୍ତ ପିସିସିଏଫ ଲଳିତେନ୍ଦୁ ଜେନା ଓ ଅବସରପ୍ରାପ୍ତ ପୂର୍ବତନ ଏସିଏଫ ସୁଶାନ୍ତ ସାମନ୍ତରାୟ । ଅନ୍ୟ ଅଭିଯୁକ୍ତ ବନ କର୍ମଚାରୀ ଉପସ୍ଥିତ ନଥିବା ଜଣାପଡିଛି ।
କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡର ନର୍ଲା ବନ ବିଭାଗ ରେଞ୍ଜରେ ଦୁର୍ନୀତି କରି ହଟହଟା ହୋଇଛନ୍ତି ପୂର୍ବତନ ବନବାବୁ । ଅଭିଯୋଗ ପ୍ରମାଣିତ ହେବାପରେ ତାଙ୍କୁ ଜେଲକୁ ପଠାଇ ଦିଆଯାଇଛି । ସୂଚନାଅନୁସାରେ, ଆମ ଜଙ୍ଗଲ କାମ୍ପା ଯୋଜନା’ରେ ୨୦୧୫-୧୬ ଓ ୨୦୧୬-୧୭ ଆର୍ଥିକ ବର୍ଷରେ ନର୍ଲା ରେଞ୍ଜ ଅନ୍ତର୍ଗତ ଖେରାବାଣ୍ଡି, ନର୍ଲା ଓ ସର୍ଗିଗୁଡ଼ା ସମେତ ୩ଟି ବିଟ୍ର ୧୪୫୦ ହେକ୍ଟର ଜଙ୍ଗଲ ଜମିରେ ହୋଇଥିବା ବନୀକରଣରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା । ଏଥିରେ ବନବିଭାଗ ଉଚ୍ଚ ପଦାଧିକାରୀମାନେ ୨୩ ଲକ୍ଷ ୬୩ହଜାର ୯୪୦ଟଙ୍କା ଆତ୍ମସାତ କରିଥିବା ନେଇ ଲୋକାୟୁକ୍ତଙ୍କ ଠାରେ ଅଭିଯୋଗ ହୋଇଥିଲା । ଅଭିଯୋଗକ୍ରମେ ଲୋକାୟୁକ୍ତ ଭିଜିଲାନ୍ସ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଫଳରେ କଳାହାଣ୍ଡିର ପୂର୍ବତନ ଡିଏଫଓ ଲଳିତେନ୍ଦୁ ଜେନା ଓ ପୂର୍ବତନ ଏସିଏଫ ସୁଶାନ୍ତ ସାମନ୍ତରାୟ, ପୂର୍ବତନ ରେଞ୍ଜର ଅନ୍ତର୍ଯ୍ୟାମୀ ଦାସ, ପୂର୍ବତନ ଫରେଷ୍ଟର ସମ୍ପଦ କୁମାର, ଫରେଷ୍ଟ ଗାର୍ଡ ମାନସ ରଞ୍ଜନ ସାହୁ, ପୂର୍ବତନ ରେଞ୍ଜର ନୃତ୍ୟରାଜ ମାଝୀ ଓ ଫରେଷ୍ଟ ଗାର୍ଡ ମଧୁ ପଟେଲଙ୍କ ନାମରେ ମାମଲା ରୁଜୁ କରିଥିଲା ଭିଜିଲାନ୍ସ ବିଭାଗ ।