ଭବାନୀପାଟଣା: ଗାଧୋଇବାକୁ ଯାଇ ପିଉସୀ ଓ ଝିଆରୀଙ୍କ ସଲିଳ ସମାଧି । ଏଭଳି ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ସିରାବାହାଲ ଗାଁରେ ।
ସୂଚନା ଅନୁଯାୟୀ ସିରାବାହାଲ ଗାଁ ଗୋଟିଏ ପରିବାରର ପିଉସୀ ଓ ଝିଆରୀ ନିକଟ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ହଠାତ ପାଣିରେ ବୁଡି ମୃତ୍ୟୁ ହୋଇଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ମୃତଦେହ ଉଦ୍ଧାର କରିଥିବା ବେଳେ ମୃତକ ଦୁଇ ଜଣ ହେଲେ ସିରାବାହାଲ ଗାଁ ର ଅଷ୍ଟମୀ ଛତ୍ରୀଆ ଓ ସିମରନ ଛତ୍ରୀଆ ।