ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ୧ ନମ୍ବର ଜୋନ୍ ଜିଲ୍ଲା ପରିଷଦ ଆସନ ପାଇଁ ବିଜେପି ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ କଲେ ନମିତା ରାଣୀ ସାହୁ । ଆଜି ଭବାନୀପାଟଣା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଜର ଆବଶ୍ୟକ ଦସ୍ତବିଜ୍ ସହ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତା ରାଣୀ ସାହୁ । ନିଜ ସମର୍ଥକଙ୍କ ସହ ସେ ଆଜି ନାମାଙ୍କନ ଦାଖଲ କରିଛନ୍ତି ।
କଳାହାଣ୍ଡିରେ ଜିଲ୍ଲା ପରିଷଦ ଆସନ ପାଇଁ ଦୁଇ ବିଜେପି ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ଦାଖଲ - କଳାହାଣ୍ଡିରେ ଦୁଇ ବିଜେପି ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ
କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଓ ଭବାନୀପାଟଣା ବ୍ଲକ ପାଇଁ ଦୁଇଟି ଆସନରୁ ନାମାଙ୍କନ ଭରିଲେ ଦୁଇ ବିଜେପି ପ୍ରାର୍ଥୀ । ଅଧିକ ପଢ଼ନ୍ତୁ
କଳାହାଣ୍ଡିରେ ଜିଲ୍ଲା ପରିଷଦ ଆସନ ପାଇଁ ଦୁଇ ବିଜେପି ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ଦାଖଲ
କଳାହାଣ୍ଡିରେ ଜିଲ୍ଲା ପରିଷଦ ଆସନ ପାଇଁ ଦୁଇ ବିଜେପି ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ଦାଖଲ
କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା, ଗ୍ରାମାଞ୍ଚଳରେ ଲାଗି ରହିଥିବା ବିଭିନ୍ନ ସମସ୍ୟା ଓ ନାରୀ ସୁରକ୍ଷାକୁ ମୁଖ୍ୟ ମୁଦ୍ଦା କରି ନମିତା ଲୋକଙ୍କ ନିକଟକୁ ଯିବେ ବୋଲି ପ୍ରକାଶ କହିଛନ୍ତି । ସେହିପରି ଭବାନୀପାଟଣା ବ୍ଲକ ୪ ନମ୍ବର ଜୋନ୍ ଜିଲ୍ଲା ପରିଷଦ ଆସନ ପାଇଁ ବିଜେପି ପକ୍ଷରୁ ନାମାନଙ୍କ ପତ୍ର ଦାଖଲ କରିଛନ୍ତି ସନ୍ତୋଷିନୀ ଦାସ । ଜିଲ୍ଲାରେ ନିର୍ବାଚନକୁ ନେଇ ଏବେ ଗାଁ ଠୁ ସହର ସବୁଠି ଜୋରସୋର ରାଜନୈତିକ ଆଲୋଚନା ହେଉଛି । ତେବେ କିଏ ବାଜିମାତ୍ କରୁଛି ତାହିର ଉପରେ ରହିଛି ସଭିଁଙ୍କ ନଜର ।
କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ