ଭବାନୀପାଟଣା: କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ସୀମାନ୍ତ କୋକସରା ଅଞ୍ଚଳରେ ଦୁଇଟି ବାଇକରେ ୪ ଜଣ ଯୁବକ ବିଦେଶୀ ମଦ ଚାଲାଣ କରୁଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୋଲିସ କାବୁ କରିବାରେ ସଫଳ ହୋଇଛି । ସୂଚନା ଅନୁଯାୟୀ କଲମପୁର ଅଞ୍ଚଳରୁ ବେଆଇନ ବିଦେଶୀ ମଦ ଚୋରା ଚାଲାଣ ହେଉଥିଲା । ଏହାକୁ ରୋକିବାକୁ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା ପୋଲିସ ।
ବେଆଇନ ମଦ ଚାଲାଣକୁ ରୋକିଲା ପୋଲିସ: ବିପୁଳ ବିଦେଶୀ ମଦ ଜବତ, 2 ଗିରଫ - ବେଆଇନ ମଦ ଚାଲାଣ କାବୁ କଲା ପୋଲିସ
କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ସୀମାନ୍ତ କୋକସରା ଅଞ୍ଚଳରେ ଦୁଇଟି ବାଇକରେ ୪ ଜଣ ଯୁବକ ବିଦେଶୀ ମଦ ଚାଲାଣ କରୁଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୋଲିସ କାବୁ କରିବାରେ ସଫଳ ହୋଇଛି । ଅଧିକ ପଢନ୍ତୁ
ବେଆଇନ ମଦ ଚାଲାଣ କାବୁ କଲା ପୋଲିସ, ବିପୁଳ ବିଦେଶୀ ମଦ ଜବତ ଦୁଇ ଯୁବକ ଗିରଫ
ଶନିବାର ଚୋରା ମଦ ଚାଲାଣ ସମୟରେ ଦୁଇ ଜଣଙ୍କୁ ଗିରଫ କରିବା ସହ ବିପୁଳ ପରିମାଣର ବିଦେଶୀ ମଦ ଜବର କରିଥିବା ବେଳେ ଅନ୍ୟ ଦୁଇଜଣ ଖସିଯିବାରେ ସକ୍ଷମ ହୋଇଥିବା ନେଇ ପୋଲିସ ସୂଚନା ଦେଇଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ବିହାର ଓ ଝାଡ଼ଖଣ୍ଡ ରାଜ୍ୟର ଚନ୍ଦନ କୁମାର ଗୁପ୍ତା ଓ ଓମପ୍ରକାଶ ଗୁପ୍ତା ବୋଲି ଜଣାପଡିଛି । କୋକସରା ପୋଲିସ ଏନେଇ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରହିଥିବା ଜଣାପଡିଛି ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ