ଓଡିଶା

odisha

ETV Bharat / state

Panchayat poll: ଭୋଟ ବର୍ଜନ କଲେ ତୁନ ଗ୍ରାମବାସୀ - ଭୋଟ ବର୍ଜନ କଲେ ତୁନ ଗ୍ରାମବାସୀ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଚାଲିଛି ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ । ଦାବି ପୂରଣ ନହେବାରୁ ତୁନ ଗ୍ରାମବାସୀ ଭୋଟ ବର୍ଜନ ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢନ୍ତୁ

Panchayat poll: ଭୋଟ ବର୍ଜନ କଲେ ତୁନ ଗ୍ରାମବାସୀ
Panchayat poll: ଭୋଟ ବର୍ଜନ କଲେ ତୁନ ଗ୍ରାମବାସୀ

By

Published : Feb 20, 2022, 3:50 PM IST

ଭବାନୀପାଟଣା:ଆଜି ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ । ତୃତୀୟ ପର୍ଯ୍ୟାୟରେ କଳାହାଣ୍ଡି ଜିଲ୍ଲାରେ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ ହେଲା ମତଦାନ । ହେଲେ ଜିଲ୍ଲାର କସରା ବ୍ଲକର ତୁନ ଗାଁର ଲୋକ ଭୋଟ ବର୍ଜନ କରିଛନ୍ତି । ୨୦୧୫ରେ ବ୍ଲକର କାଶିବହଲ ପଞ୍ଚାୟତରୁ କନ୍ଦାବୁଟ୍ରା ପଞ୍ଚାୟତ ବିଭାଜନ ହୋଇଥିଲା।

Panchayat poll: ଭୋଟ ବର୍ଜନ କଲେ ତୁନ ଗ୍ରାମବାସୀ

ସେହି ସମୟରେ ପଞ୍ଚାୟତ କାର୍ଯ୍ୟାଳୟ ତୁନ ଗାଁରେ ପ୍ରତିଷ୍ଠା ପାଇଁ କନ୍ଦାବୁଟ୍ରା ଓ ତୁନ ଗାଁ ଗ୍ରାମବାସୀଙ୍କ ମଧ୍ୟରେ ଏକ ଚୁକ୍ତି ହୋଇଥିଲା। ହେଲେ ସେହି ଚୁକ୍ତିକୁ କନ୍ଦାବୁଟ୍ରାବାସୀ ଓ ବ୍ଲକ ପ୍ରଶାସନ ଅଣଦେଖା କରି କନ୍ଦାବୁଟ୍ରା ଗାଁରେ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ କରିଛନ୍ତି । ଏହାକୁ ବିରୋଧ କରି ଏଠାକାର ଗାଁ ଲୋକେ ଚଳିତ ପଞ୍ଚାୟତ ନିର୍ବାଚନରେ ଲୋକେ ଭୋଟ ବର୍ଜନ‌ କରିଛନ୍ତି ।

ସୂଚନାଅନୁସାରେ, ଗ୍ରାମବାସୀ ଜିଲ୍ଲା ପ୍ରଶାସନ ରାଜନେତାଙ୍କ ଠାରୁ ଆରମ୍ଭ କରି ଆଇନର ଦ୍ୱାରସ୍ଥ ମଧ୍ୟ ହୋଇଛନ୍ତି। ହେଲେ କୌଣସି ସୁଫଳ ନ ମିଳିବାରୁ ଶେଷରେ ଆଜି ଭୋଟ ବର୍ଜନ କରିଛନ୍ତି ଗ୍ରାମବାସୀ। ଗାଁରେ ପ୍ରଶାସନ ପକ୍ଷରୁ ବୁଥ ଖୋଲିବା ସହ ପୋଲିଂ ଅଧିକାରୀକୁ ମଧ୍ୟ ନିଯୁକ୍ତ କରାଯାଇଛି ହେଲେ ଜଣେ ମଧ୍ୟ ଭୋଟ ଦେଇ ନଥିବା ନେଇ ପୋଲିଂ ଅଧିକାରୀ ସୂଚନା ଦେଇଥିବାବେଳେ ସୁରକ୍ଷା ଦୃଷ୍ଟିରୁ ଗାଁରେ ପୋଲିସ ଫୋର୍ସ ମୁତୟନ କରାଯାଇଛି।

କଳାହାଣ୍ଡିରୁ ଅଜିତ୍‌ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details