ଓଡିଶା

odisha

ETV Bharat / state

ଥମୁନି ହାତୀ ଉପଦ୍ରବ, ଭିଟାମାଟି ଛାଡିବାକୁ ବାଧ୍ୟ ହେଉଛନ୍ତି ଗ୍ରାମବାସୀ - କଳାହାଣ୍ଡିରେ ହାତୀ ଆତଙ୍କ

କଳାହାଣ୍ଡିରେ ହାତୀ ଉପଦ୍ରବ । ଥମୁନି ହାତୀ ଉପଦ୍ରବ । ଏନେଇ ଅନେକ ସମୟରେ ଗଜରାଜ ଓ ମଣିଷଙ୍କ ଲଢେଇ ମଧ୍ୟରେ ଅନେକ ଧନଜୀବନ ହାନି ହେଉଥିବା ବେଳେ ବନ ବିଭାଗ ନିରବଦ୍ରଷ୍ଟା । ଯାହା ଫଳରେ ନିଜ ଭିଟାମାଟି ଛାଡିବାକୁ ବାଧ୍ୟ ହେଉଛନ୍ତି ଗ୍ରାମବାସୀ । ଅଧିକ ପଢନ୍ତୁ

ଥମୁନି ହାତୀ ଉପଦ୍ରବ, ଭିଟାମାଟି ଛାଡିବାକୁ ବାଧ୍ୟ ହେଉଛନ୍ତି ଗ୍ରାମବାସୀ
ଥମୁନି ହାତୀ ଉପଦ୍ରବ, ଭିଟାମାଟି ଛାଡିବାକୁ ବାଧ୍ୟ ହେଉଛନ୍ତି ଗ୍ରାମବାସୀ

By

Published : Oct 13, 2022, 3:32 PM IST

କଳାହାଣ୍ଡି:ଉପାନ୍ତ ଅଞ୍ଚଳରେ ହାତୀ ଉପଦ୍ରବ ଏବେ ଉଗ୍ର ରୂପ ନେଉଛି । କେତେବେଳେ ହାତୀପଲ ଜନବସତି ମୁହାଁ ହୋଇ ଘର ଭାଙ୍ଗୁଛନ୍ତି ତ ପୁଣି କେତେବେଳେ ଫସଲ ନଷ୍ଟ କରୁଛନ୍ତି । ଯାହାକୁ ନେଇ ଲୋକଙ୍କ ମନରେ ଅସନ୍ତୋଷ ଦେଖାଦେଇଛି । ହାତୀଙ୍କ ଚଳ ପ୍ରଚଳ ଉପରେ ନଜର ରଖିବା ଓ ହାତୀଙ୍କୁ ଘଉଡ଼ାଇବା କୁ ନେଇ ଗ୍ରାମବାସୀ ଙ୍କୁ ସୂଚନା ଦେବା ପାଇଁ ଏଲିଫାଣ୍ଟ ସ୍କ୍ବାର୍ଡ ନିଯୁକ୍ତ କରାଯାଇଛି । ତଥାପି ମଧ୍ୟ ହାତୀଙ୍କ ଖବର ଗ୍ରାମବାସୀ ପାଖରେ ପହଞ୍ଚି ପାରୁ ନାହିଁ । ଏନେଇ ଅନେକ ସମୟରେ ଗଜରାଜ ଓ ମଣିଷଙ୍କ ଲଢେଇ ମଧ୍ୟରେ ଅନେକ ଧନଜୀବନ ହାନୀ ହେଉଥିବା ବେଳେ ବନ ବିଭାଗ ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହୋଇଛି । ଯାହା ଫଳରେ ନିଜ ଭିଟାମାଟି ଛାଡିବାକୁ ବାଧ୍ୟ ହେଉଛନ୍ତି ଗ୍ରାମବାସୀ ।

ଥମୁନି ହାତୀ ଉପଦ୍ରବ, ଭିଟାମାଟି ଛାଡିବାକୁ ବାଧ୍ୟ ହେଉଛନ୍ତି ଗ୍ରାମବାସୀ

ଅଭିଯୋଗ ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ବିଶ୍ବନାଥପୁର ରେଞ୍ଜ୍ ଅନ୍ତର୍ଗତ ବେଡେଗାଁ, ଟାମକୁରୁଞ୍ଜା, ସୁଖପଦର, ଖିଲାପଦର, ମହିଷିପିଟା, ସୁଲିମ,କାଶୀଗୁଡା ଏମିତି ଅନେକ ଉପାନ୍ତ ଗାଁ କୁ ରାତିରେ ହାତୀପଲ ଆସି ଉପଦ୍ରବ କରୁଛନ୍ତି । ହାତୀପଲ ଏହି ଅଞ୍ଚଳର ଅନେକ ଗୁଡିଏ ଘର ଦ୍ୱାର ଭାଙ୍ଗିବା ସହିତ ଫସଲ ନଷ୍ଟ କରୁଥିବା ସହ ମାସ ମାସ ଧରି ବସାବାନ୍ଧି ରହୁଥିବା ଅଭିଯୋଗ ହୋଇଛି । ଏନେଇ ଟାମକୁରୁଞ୍ଜା ଗାଁକୁ ନିକଟସ୍ଥ ଜଙ୍ଗଲ ରୁ ୨୦ ଟିକିଆ ହାତୀ ପଲ ଆସି ୪ ଟି ଘର ଭାଙ୍ଗିବା ସହ ଚାଷ ଜମିରେ ପଶି ଦଳି ଚକଟି ଅନେକ ଫସଲ ନଷ୍ଟ କରିଥିବା ଦେଖିବାକୁ ମିଳିଛି । ସେହି ଭଳି କାଶୀଗୁଡ଼ା ଓ ସୋରଦେହେଡ଼ା ଗାଁରେ ମଧ୍ୟ ବିଳମ୍ବିତ ରାତିରେ ହାତୀପଲ ପଶି ଗାଁ ମୁଣ୍ଡରେ ଥିବା 4 ଟି ଘର ଭାଙ୍ଗିବା ସହ ଧାନ, ମାଣ୍ଡିଆ, ମକା ସମେତ ଡାଲି ଜାତୀୟ ଫସଲ ନଷ୍ଟ କରିଦେଇଥିବା ଅଭିଯୋଗ ହୋଇଛି ।

ଅନ୍ୟପଟେ ଗାଁ ମୁଣ୍ଡରେ ହାତୀପଲ ଗତ ୫ ଦିନ ହେଲା ଥିବା ବେଳେ ଗାଁ କୁ ବନ ବିଭାଗ କର୍ମଚାରୀ ଯାଉନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଗାଁରେ ହାତୀ ଉପଦ୍ରବ ଫଳରେ ଘରଦ୍ବାର, ଆସବାବପତ୍ର, ଧାନଚାଉଳ, ମକା ଓ ଡାଲି ଜାତୀୟ ଫସଲ ସବୁ ନଷ୍ଟ ହେଉଥିବା ବେଳେ ଭୟଭୀତ ଲୋକେ ଗାଁରେ ରହିବା ମୁସ୍କିଲ ହୋଇ ପଡ଼ିଛି । ଏହାସହ ଜୀବନ ଜୀବିକା ନିର୍ବାହ କରିବା ମଧ୍ୟ କଷ୍ଟସାଧ୍ୟ ହୋଇ ପଡ଼ିଛି । ଫଳରେ ଗାଁରେ ରହିବା ନେଇ ଅତିଷ୍ଠ ହୋଇଗଲେଣି ଲୋକେ । ଶେଷରେ ହାତୀ ଉପଦ୍ରବରୁ ରକ୍ଷା ପାଇବା ନିମନ୍ତେ ଲୋକେ ନିଜ ଭିଟାମାଟି ଚାଡିବାକୁ ନିଷ୍ପତ୍ତି ନେଇଛନ୍ତି । ସବୁ ଜାଣି ବନ ବିଭାଗ ନିଦାବିଷ୍ଣୁ ସାଜିଛି । ଥମୁନି ହାତୀ ଉପଦ୍ରବ । ଭିଟାମାଟି ଛାଡିବାକୁ ବାଧ୍ୟ ହେଉଛନ୍ତି ଗ୍ରାମବାସୀ । ଏନେଇ ଗ୍ରାମବାସୀ ଅନ୍ୟତ୍ର ଥଇଥାନ ଦାବି କରି ବିଡ଼ିଓ ଏବଂ ତହସିଲଦାର ଙ୍କ ଦ୍ୱରାସ୍ତ ହୋଇଛନ୍ତି । ଯଥା ଶୀଘ୍ର ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଗ୍ରାମବାସୀ ଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଲିଖିତ ନିବେଦନ କରିଛନ୍ତି ଗ୍ରାମବାସୀ ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details