ଓଡିଶା

odisha

ETV Bharat / state

ବଢୁଛି ଟ୍ରାଫିକ ସମସ୍ୟା, ବାଏପାସ ନିର୍ମାଣ ଦାବି - ଭବାନୀପାଟଣା

ରାଜରାସ୍ତାରେ ବୁଲା ଗାଈଗୋରୁ ଓ କୁକୁରଙ୍କ ଚଳପ୍ରଚଳ ଫଳରେ ଦୁର୍ଘଟଣାର ଶିକାର ହେଉଛନ୍ତି ଭବାନୀପାଟଣା ବାସିନ୍ଦା । ଏଥିସହ ବାଏପାସ ରାସ୍ତା ନଥିବାରୁ ଭାରିଯାନ ମଧ୍ୟ ସହର ମଧ୍ୟ ଦେଇ ଯିବା ଆସିବା କରୁଛି । ତେଣୁ ସ୍ଥାନୀୟ ବାସିନ୍ଦାଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ଟ୍ରାଫିକ ସମସ୍ୟା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

By

Published : Jul 12, 2019, 11:33 AM IST

କଳାହାଣ୍ଡି: ଜିଲ୍ଲାର ସଦର ମହକୁମା ଭବାନୀପାଟଣା । ଏହି ସହରର ଜନସଂଖ୍ୟା ପ୍ରାୟ ଡେଢ ଲକ୍ଷ । ଏପଟେ ଭବାନୀପାଟଣା ଜିଲ୍ଲାମୁଖ୍ୟାଳୟ ଉପରେ ନିର୍ଭରଶୀଳ ସବୁ ସରକାରୀ ବେସରକାରୀ କାର୍ଯାଳୟ ଠାରୁ ଆରମ୍ଭ କରି ବ୍ୟବସାୟ ତଥା ଶିକ୍ଷାନୁଷ୍ଠାନ । ହେଲେ ସହରର ଟ୍ରାଫିକ ସମସ୍ୟା ଏବେ ଲୋକଙ୍କୁ ଚିନ୍ତାରେ ପକାଇଦେଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି


ସହରର ଜେଲ ଛକ ରାସ୍ତା ୨ ବର୍ଷ ତଳେ ପ୍ରଶସ୍ତିକରଣ କରାଯାଇଛି ତଥାପି ରାସ୍ତାରେ ଯାନବାହାନ ଚଳଚଳରେ ଅସୁବିଧା ସୃଷ୍ଟି ହେଉଛି । କାରଣ ରାସ୍ତାରେ ବୁଲା ଗାଈ ଗୋରୁଙ୍କ ସହ ବୁଲା କୁକୁରଙ୍କ ଗହଳି ଦେଖିବାକୁ ମିଳୁଛି ।

ପରିବହନ ବିଭାଗର ସର୍ଭେ ଅନୁଯାୟୀ ସହରକୁ ପ୍ରତି ଘଣ୍ଟାରେ ୭୦୦ଟି ଛୋଟ ବଡ ଯାନବାହାନ ପ୍ରବେଶ କରିଥାଏ । ତେବେ ବାଏପାସ ରାସ୍ତା ନଥିବାରୁ ଭାରିଯାନ ମଧ୍ୟ ସହର ମଧ୍ୟ ଦେଇ ଯିବା ଆସିବା କରୁଛି । ଫଳରେ ଟ୍ରାଫିକ ସମସ୍ୟା ଓ ଦୁର୍ଘଟଣା ଦିନକୁ ଦିନ ବଢିବାରେ ଲାଗିଛି । ପୌର ବିଭାଗ ପକ୍ଷରୁ ମଧ୍ୟ ବୁଲା ଗୋରୁ ଗାଈକୁ କାଞ୍ଜିଗୃହରେ ରଖାଯାଉ ନାହିଁ ।

ସୂଚନାଥାଉକି, ଏହି ସମସ୍ୟା କେବେଳ ଯେ ଜେଲ ଛକରେ ତାହା ନୁହେଁ ସହରର ଘୋଡାଘାଟ, ଷ୍ଟାଚ୍ୟୁ ଛକ, ମାଣିଙ୍କେଶ୍ବରୀ ଛକ ଓ କଲେଜ ଛକ ଭଳି ପ୍ରମୁଖ ଛକରେ ଏହି ସମସ୍ୟା ସୃଷ୍ଟି ହେଉଛି । ତେବେ ଏନେଇ ବାଏପାସ ରୋଡ ନିତାନ୍ତ ଆବଶ୍ୟକ । ଅନ୍ୟପଟେ ବାଏପାସ ନିର୍ମାଣ କାମ ମନ୍ଥରଗତିରେ ଚାଲୁଥିବା ସହରବାସୀ ଅଭିଯୋଗ କରିଛନ୍ତି । ଏନେଇ ସରକାର ଦୃଷ୍ଟି ଦେବାପାଇଁ ସାଧାରଣରେ ଦାବି ହୋଇଛି ।


କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details