ଓଡିଶା

odisha

ETV Bharat / state

ବନ ବିଭାଗ ପଞ୍ଝାରେ ବାଘ ଛାଲ ମାଫିଆ, ବାଘ ଛାଲ ଜବତ

କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଅଧିନ କେଗାଁ ରେଞ୍ଜ୍ ପକ୍ଷରୁ ବାଘ ଛାଲ ଚୋରାଚାଲାଣ ଅଭିଯୋଗରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ବନବିଭାଗ । ଅଧିକ ପଢନ୍ତୁ...

By

Published : Aug 24, 2021, 9:10 PM IST

ବନ ବିଭାଗ ପଞ୍ଝାରେ ବାଘ ଛାଲ ମାଫିଆ, ବାଘ ଛାଲ ଜବତ
ବନ ବିଭାଗ ପଞ୍ଝାରେ ବାଘ ଛାଲ ମାଫିଆ, ବାଘ ଛାଲ ଜବତ

ଭବାନୀପାଟଣା: ବନ ବିଭାଗ ଦ୍ବାରା ଚଢାଉ କରାଯାଇ ଜଣେ ବାଘ ଛାଲ ବେପାରୀଙ୍କୁ ଗିରଫ କରିଛି ବନବିଭାଗ । ସୂଚନାନୁଯାୟୀ କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଅଧିନ କେଗାଁ ରେଞ୍ଜ୍ ଅଧିନ ଟିଙ୍ଗିପଦର ଠାରେ ଏକ ବାଘ ଛାଲ ସହ ବାଘ ନଖକୁ ଜବତ କରିଛି କେଗାଁ ବନ ବିଭାଗ । ତେବେ ଗିରଫ ହୋଇଥିବା ଯୁବକ ଜଣକ ଝାଡଖଣ୍ଡ ରାଜ୍ୟର ବୋଲି ଜଣାପଡିଛି ।

ବନ ବିଭାଗ ପଞ୍ଝାରେ ବାଘ ଛାଲ ମାଫିଆ, ବାଘ ଛାଲ ଜବତ

ତେବେ ବିଶ୍ୱସ୍ଥ ସୁତ୍ରରୁ ଖବର ପାଇ କେଗାଁ ରେଞ୍ଜ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଅତର୍କିତ ଚଢାଉ କରିଥିଲେ। ଆଉ ଚଢ଼ାଉ ସମୟରେ ବାଘ ଛାଲ ଓ ନଖ ଏବଂ ବିକ୍ରୟ କରୁଥିବା ଅଭିଯୁକ୍ତ ଝାଡଖଣ୍ଡର କ୍ରିଷ୍ଣାକୁ ଅଟକ ରଖି ରେଞ୍ଜ କାର୍ଯ୍ୟାଳୟରେ ଅଧିକ ପଚରାଉଚୁରା ଜାରି ରଖିଛି ।


କଳାହାଣ୍ଡିରୁ ଅଜିତ୍ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details