ଭବାନୀପାଟଣା:କଳାହାଣ୍ଡି ଜିଲ୍ଲା ବିଜେପୁର ଥାନା ଅଞ୍ଚଳରେ ଦୁଇ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ଯାତ୍ରା ଦେଖି ଫେରିବା ବେଳେ ଦୁଇ ନାବାଳିକାଙ୍କୁ ଉଠାଇ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ତେବେ ଘଟଣାର ୪ ଦିନ ପରେ ପୋଲିସର ତତ୍ପରତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଅଭିଯୁକ୍ତମାନେ ଫେରାର ମାରିଥିବା ଜଣାପଡିଛି । ଗତକାଲି ପୋଲିସ ପୀଡ଼ିତାଙ୍କ ବୟାନ ରେକର୍ଡ କରି ଅଧିକ ତଦନ୍ତ ଜାରି ରଖିଛି ।
ମିଳିଥିବା ସୂଚନା ଅନୁସାରେ ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ଗତ ୧୫ ତାରିଖ ଦିନ ରାତି ତାରିଣୀ ଯାତ୍ରା ଚାଲିଥିବା ବେଳେ ସେହି ଯାତ୍ରାକୁ ଦେଖିବା ପାଇଁ ସେହି ଅଞ୍ଚଳର ୩ ଜଣ ନାବାଳିକା ବେନଗାଁକୁ ଯାଇ ସେଠାରେ ଯାତ୍ରା ଦେଖି ରାତି ପ୍ରାୟ ୨ଟା ସମୟରେ ଘରକୁ ଫେରିବା ବେଳେ ବେନଗାଁ ମୁଣ୍ଡରୁଥିବା ପୋଖରୀ ନିକଟରେ ପାଜିବାହାଳି ଗାଁର ୫ ଜଣ ଯୁବକ ବସିଥିବା ଥିଲେ । ୩ଜଣ ନାବାଳିକାଙ୍କୁ ଦେଖି ସେହି ୫ ଜଣ ଯୁବକ ସମସ୍ତ ଯୁବତୀଙ୍କୁ ଉଠାଇ ନେବା ସମୟରେ ଜଣେ ଯୁବତୀ କୌଣସି ମତେ ଫେରାର ମାରିଥିଲେ ।
ଏହା ବି ପଢନ୍ତୁ- ଗାର୍ଲଫ୍ରେଣ୍ଡକୁ ବିବାହ ପାଇଁ ପିତା ପାଲଟିଲା ପିଶାଚ, 2 ବର୍ଷର ଶିଶୁକୁ କଲା ହତ୍ୟା