ଭବାନୀପାଟଣା: ରବିବାର କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ପୃଥକ ପୃଥକ ଅଘଟଣ । ଗୋଟିଏ ଦିନରେ ଝଡି ପଡିଲା ୩ ଜୀବନ । ସୂଚନା ମୁତାବକ, ଗୋଲାମୁଣ୍ଡା ବ୍ଲକ ଗୁଦୁଡୁଗୁମା ଗାଁର ଚମ୍ପେ ମାଝୀ, ଘରେ ରୋଷେଇ କରୁଥିବା ବେଳେ ଏକ ବିଷଧର ନାଗସାପ ଦଂଶନର ଶିକାର ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଥିବା ବେଳେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।
କଳାହାଣ୍ଡିରେ ଅଘଟଣ, ଗୋଟିଏ ଦିନରେ ଚାଲିଗଲା 3 ଜୀବନ - Three died in Kalahandi in one day
ରବିବାର କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ପୃଥକ ପୃଥକ ଅଘଟଣ । ଅକାରଣେ ଚାଲିଗଲା ୩ ଜୀବନ । ଅଧିକ ପଢନ୍ତୁ...
କଳାହାଣ୍ଡିରେ ଗୋଟିଏ ଦିନରେ ପୃଥକ ଦୁର୍ଘଟଣା, ଅକାରଣେ ଚାଲିଗଲା 3 ଜୀବନ
ସେହିପରି ନର୍ଲା ବ୍ଲକ ଗୋଡାନ ଗୋଛା ଗାଁର ଭାଗ୍ୟବତୀ ବାଗ ନିଜ ଘର କାମ କରୁଥିବା ବେଳେ ଚମ୍ପେଇ ନେଉଳ କାମୁଡ଼ାରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଅନ୍ୟପଟେ ସ୍କୁଟି ଓ ଟାଟା ମ୍ୟାଜିକ ମୁହାଁ ମୁହିଁ ଧକ୍କା ହେବା ଫଳରେ ଥୁଆମୂଳ ରାମପୁର ବ୍ଲକ କାଣିଗୁମା ଗାଁର ନିରୂପମା ସୁନାନୀ ଘଟଣା ସ୍ଥଳରେ ହିଁ ମୃତ୍ୟୁ ବରଣ କରିଛନ୍ତି । ସେ ନିଜ ସ୍କୁଟି ଯୋଗେ ନିଜ ଗାଁ କାଣିଗୁମାରୁ ଭବାନୀପାଟଣା ଆସୁଥିବା ସମୟରେ ଜାକମ ନିକଟରେ ଘଟିଥିଲା ଏହି ଅଘଟଣ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ