ଓଡିଶା

odisha

ETV Bharat / state

ଧାନଖଳା ନିଆଁରେ ପୋଡି 3 ଶିଶୁ ମୃତ - three child injured in fire

କଳାହାଣ୍ଡିର କୋକସରା ବ୍ଲକ ବିଜମରା ଗ୍ରାମର 3 ଶିଶୁ ଶନିବାର ଧାନ ଖଳାରେ ଖେଳୁଥିବା ସମୟରେ ନିଆଁରେ ପୋଡି ଗୁରୁତର ହୋଇଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ତିନି ଶିଶୁଙ୍କ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

ଧାନଖଳା ନିଆଁରେ ପୋଡି ହୋଇ 3 ଶିଶୁଙ୍କ ମୃତ୍ୟୁ
ଧାନଖଳା ନିଆଁରେ ପୋଡି ହୋଇ 3 ଶିଶୁଙ୍କ ମୃତ୍ୟୁ

By

Published : Nov 30, 2019, 4:02 PM IST

Updated : Nov 30, 2019, 8:33 PM IST

କଳାହାଣ୍ଡି: ଧାନଖଳା ନିଆଁରେ ପୋଡି ହୋଇ 3 ଶିଶୁଙ୍କ ମୃତ୍ୟୁ । ଜିଲ୍ଲାର କୋକସରା ବ୍ଲକ ବିଜମରା ଗ୍ରାମର 3 ଜଣ ଶିଶୁ ଶନିବାର ଧାନ ଖଳାରେ ଖେଳୁଥିବା ସମୟରେ ନିଆଁରେ ପୋଡି ଗୁରୁତର ହୋଇଥିଲେ ।

ଧାନଖଳା ନିଆଁରେ ପୋଡି ହୋଇ 3 ଶିଶୁଙ୍କ ମୃତ୍ୟୁ

ମୃତ ଶିଶୁ ହେଲେ ବିଜମରା ଗାଁର ହେମରାଜ ଦିଶାରୀଙ୍କ ଦୁଇ ଯାଆଁଳା ଝିଅ ରୋଜି ଓ ଡେଜୀ ଦିଶାରୀ, ଅନ୍ୟ ଜଣେ ରଚନା ରାଉତ ।

ସେମାନଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ପ୍ରଥମେ କୋକସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ପରେ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସମସ୍ତ ଶିଶୁଙ୍କ ମୃତ୍ୟୁ ଘଟିଛି ।

ନିଆଁରେ ପଡିଯିବାରୁ ଉକ୍ତ ଶିଶୁଙ୍କ ଦେହର 80 ପ୍ରତିଶତ ଅଂଶ ପୋଡି ଯାଇଥିଲା । ଏହି ତିନି ଶିଶୁଙ୍କ ବୟସ 4ରୁ 5 ବର୍ଷ ମଧ୍ୟରେ ହେବ ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Last Updated : Nov 30, 2019, 8:33 PM IST

ABOUT THE AUTHOR

...view details