ଭବାନୀପାଟଣା:କଳାହାଣ୍ଡି ଖାକ୍ସି ଗାଁ ନିକଟ ମୁଖ୍ୟ ରାସ୍ତାକଡ଼ରେ ସରକାରୀ ଔଷଧ ଫିଙ୍ଗିବା ଘଟଣା । ତଦନ୍ତ ପାଇଁ ଘଟଣାସ୍ଥଳରେ ପହଞ୍ଚିଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ। ଘଟଣାକୁ ନେଇ ଲୋକେ ନିରପେକ୍ଷ ତଦନ୍ତ ସହ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଥିଲେ ।
ବୁଧବାର ଘଟଣାସ୍ଥଳକୁ ଯାଇଥିଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ । ସେଠାରେ ଯାଞ୍ଚ କରିବା ପରେ ବିଶ୍ୱନାଥପୁର ଡାକ୍ତରଖାନାରେ ପହଞ୍ଚି ତଦନ୍ତ ମଧ୍ଯ କରିଥିଲେ । ଏହି ମେଡିସିନ କେଉଁଠୁ ଆସିଲା । କିଏ ଫିଙ୍ଗିଛି ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଚାଲିଛି । ଅଭିଯୋଗ ସତ୍ୟ ପ୍ରମାଣିତ ହେଲେ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି ।