ଓଡିଶା

odisha

ETV Bharat / state

ଗରିବ ଅସହାୟଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କଲେ ଯୁବଗୋଷ୍ଠୀ - youth distributes food to needy

କଳାହାଣ୍ଡି ଭବାନୀପାଟଣା ପୌରପାଳିକା ପକ୍ଷରୁ ମଧ୍ୟ ଅସହାୟଙ୍କୁ ସହାୟତା ଯୋଗାଇ ଦିଆଯାଇଛି । ଏହି ସଂଗଠନର କର୍ମକର୍ତ୍ତାମାନେ ସ୍ଥାନୀୟ ଲୋକଙ୍କୁ ସାମାଜିକ ଦୁରତ୍ବ ବଜାୟ ରଖିବା ଏବଂ ବ୍ୟକ୍ତିଗତ ସ୍ବଚ୍ଛତା ରଖି ସାବୁନରେ ହାତ ଧୋଇବା ନେଇ ସଚେତନ କରିଥିଲେ।

distributed food to the poor
ରନ୍ଧାଖାଦ୍ୟ ବଣ୍ଟନ କଲେ ଯୁବଗୋଷ୍ଠି

By

Published : Apr 9, 2020, 7:24 PM IST

ଭବାନୀପାଟଣା: କୋଭିଡ-୧୯ ଭୂତାଣୁ ଭଳି ମହାମାରୀକୁ ପ୍ରତିହତ କରିବା ପାଇଁ ଲକଡାଉନ ଘୋଷଣା ପରେ କଳାହାଣ୍ଡି ଜିଲ୍ଲାର ଅନେକ ଗରିବ ପରିବାର ଦିଓଳି ଖାଇବା ପାଇଁ ସଂଘର୍ଷ କରୁଛନ୍ତି । ଏଭଳି ପରିସ୍ଥିତିରେ କଳାହାଣ୍ଡି ଭବାନୀପାଟଣା ପୌରପାଳିକା ପକ୍ଷରୁ ମଧ୍ୟ ଅସହାୟଙ୍କୁ ସହାୟତା ଯୋଗାଇ ଦିଆଯାଇଛି ।

ରନ୍ଧାଖାଦ୍ୟ ବଣ୍ଟନ କଲେ ଯୁବଗୋଷ୍ଠି

ଏହାସହ ଚାଉଳ, ଡାଲି ଯୋଗାଇ ଦିଆଯାଉଥିବା ବେଳେ କିଛି ବାଳଗୋପାଳ ସେବା ନିକେତନ ପକ୍ଷରୁ ସହରରେ ଥିବା ଗରିବ ଅସହାୟମାନଙ୍କୁ ରନ୍ଧା ଖାଦ୍ୟ ସହ ତେଲ, ସାବୁନ, ମଶାରୀ ଭଳି ସାମଗ୍ରୀ ବଣ୍ଟନ କରାଯାଇଛି ।

ରନ୍ଧାଖାଦ୍ୟ ବଣ୍ଟନ କଲେ ଯୁବଗୋଷ୍ଠି

ଏହି ସଂଗଠନର କର୍ମକର୍ତ୍ତା ମାନେ ସ୍ଥାନୀୟ ଲୋକଙ୍କୁ ସାମାଜିକ ଦୁରତ୍ବ ବଜାୟ ରଖିବା ଓ ବ୍ୟକ୍ତିଗତ ସ୍ବଚ୍ଛତା ରଖି ସାବୁନରେ ହାତ ଧୋଇବା ନେଇ ସଚେତନ କରିଥିଲେ । ଏଭଳି ଘଡିସନ୍ଧି ମୂହୁର୍ତ୍ତରେ ଗରିବ ଖଟିଖିଆଙ୍କ ପାଇଁ ଏହି ସଂଗଠନର ସାହାଯ୍ୟ ସହଯୋଗ ସତରେ ମାନବିକତାର ଏକ ସ୍ବତନ୍ତ୍ର ନିଦର୍ଶନ।

କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ

ABOUT THE AUTHOR

...view details