ଭବାନୀପାଟଣା: ଶନିବାର କେନାଲରେ ଭାସି ନିଖୋଜ ଥିବା ଯୁବକର ମୃତଦେହ ଉଦ୍ଧାର କରିଛି ଓଡ୍ରାଫ ଟିମ । ସୂଚନାନୁସାରେ, କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ରାଣିବାହଲ ଗାଁର ଜଣେ ଯୁବକ ଲକ୍ଷ୍ମଣ ରାଉତ ଗତ ଶନିବାର ଶୌଚ ପାଇଁ ଗାଁ ନିକଟରେ ଥିବା କେନାଲକୁ ଯାଇଥିଲେ, ମାତ୍ର ସେ କେନାଲର ପ୍ରଖର ସ୍ରୋତରେ ଭାସି ଯାଇଥିବା ଜଣାପଡିଥିଲା।
କେନାଲରେ ଭାସି ନିଖୋଜ ଥିବା ଯୁବକଙ୍କ ମୃତଦେହ ଉଦ୍ଧାର - କଳାହାଣ୍ଡି
ଶନିବାର କେନାଲରେ ଭାସି ନିଖୋଜ ଥିବା ଯୁବକର ମୃତଦେହ ଉଦ୍ଧାର କରିଛି ଓଡ୍ରାଫ ଟିମ ।
ଶୌଚ ଯାଇ କେନାଲରେ ଭାସିଯାଇଥିଲେ ଯୁବକ, ମୃତଦେହ ଉଦ୍ଧାର
ଶୌଚ ଯାଇ କେନାଲରେ ଭାସିଯାଇଥିଲେ ଯୁବକ, ମୃତଦେହ ଉଦ୍ଧାର
ନିଖୋଜ ଯୁବକକୁ ଖୋଜିବା ପାଇଁ ଓଡ୍ରାଫ ଟିମ୍ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। 4 ଦିନ ପରେ ମଙ୍ଗଳପୁର ଡ୍ୟାମ ଗେଟ୍ ନିକଟରୁ ଯୁବକଙ୍କ ମୃତଦେହ ଗାଁ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ। ମୃତଦେହକୁ ଜୟପାଟଣା ପୋଲିସ ଜବତ କରି ବ୍ୟବଛେଦ ପାଇଁ ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି।
କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ