ଓଡିଶା

odisha

ETV Bharat / state

କୋଭିଡ୍ ଯୁଦ୍ଧରେ ଲଢିବାକୁ ସର୍ଭିଲାନ୍ସ ଆପ ଉଦ୍ଭାବନ କଲେ ଯୁବ ଇଞ୍ଜିନିୟର - Covid battle

କୋରୋନା ମହାମାରୀ ସମୟରେ ଯୁବ ଇଞ୍ଜିନିୟରଙ୍କ ନିଆରା ଉଦ୍ଭାବନ। ସରକାରୀ କର୍ମଚାରୀ ଯେଉଁ ମାନେ ସର୍ଭେ କାର୍ଯ୍ୟ କରିବାକୁ ବିଭିନ୍ନ ଦୁର୍ଗମ ଅଞ୍ଚଳକୁ ଯାଉଁଛନ୍ତି ସେମାନଙ୍କ ପାଇଁ ପ୍ରସ୍ତୁତ କରିଛନ୍ତି ସର୍ଭିଲାନ୍ସ ଆପ। ଅଧିକ ଖବର ପଢନ୍ତୁ...

କୋଭିଡ୍ ଯୁଦ୍ଧରେ ଲଢିବାକୁ ସର୍ଭିଲାନ୍ସ ଆପ ଉଦ୍ଭାବନ କଲେ ଯୁବ ଇଞ୍ଜିନିୟର

By

Published : May 9, 2020, 8:01 AM IST

Updated : May 9, 2020, 9:56 AM IST

ଭବାନୀପାଟଣା: ସର୍ଭିଲାନ୍ସ ଆପ ଉଦ୍ଭାବନ କଲେ ଯୁବ ଇଞ୍ଜିନିୟର। ସାରା ଦେଶ ଏବେ କୋରୋନାକୁ ନେଇ ଚିନ୍ତାରେ । ଏବେ ଏହି ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ସରକାର ନାନା ପ୍ରକାର କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ।

ତେବେ ଏଭଳି ଘଡି ସନ୍ଧି ମୁହୁର୍ତ୍ତରେ କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକର ଜଣେ ଯୁବ ଇଞ୍ଜିନିୟର ଉଦ୍ଭାବନ କରିଛନ୍ତି କୋରୋନା ସର୍ଭିଲାନ୍ସ ଆପ । ଯାହା କୋରୋନା ମୁକାବିଲାରେ ସହାୟକ ହେବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି। ବର୍ତ୍ତମାନ ସମୟରେ ଜିଲ୍ଲା ପ୍ରଶାସନର କର୍ମଚାରୀ ମାନେ ଗାଁ ଠୁ ସହର ଚାରିଆଡେ ଘର ଘର ବୁଲି ସର୍ଭେ କରୁଛନ୍ତି । ତାଙ୍କୁ କାଗଜ ପତ୍ର ଧରି ଦୁର୍ଗମ ଅଞ୍ଚଳକୁ ଯିବାକୁ ପଡୁଛି ।

କୋଭିଡ୍ ଯୁଦ୍ଧରେ ଲଢିବାକୁ ସର୍ଭିଲାନ୍ସ ଆପ ଉଦ୍ଭାବନ କଲେ ଯୁବ ଇଞ୍ଜିନିୟର

ହେଲେ ଯୁବ ଇଞ୍ଜିନିୟର ଚିରାଗ ସିଂ ଦେଓ ଙ୍କ ଦ୍ବାରା ଉଦ୍ଭାବିତ ହୋଇଥିବା ଏହି ଆପ ମାଧ୍ୟମରେ କମ ସମୟରେ ଅଧିକ ତଥ୍ୟ ସଂଗ୍ରହ କରାଯାଇ ପାରିବ ଓ ଅତି ସହଜରେ ଶୀଘ୍ର ଜିଲ୍ଲା ପ୍ରଶାସନ ପାଖରେ ତଥ୍ୟ ପହଁଞ୍ଚି ପାରିବ । ଏନେଇ ସେ ସ୍ଥାନୀୟ ବିଡିଓ ଏବଂ ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ କଳାହାଣ୍ଡି ଜିଲ୍ଲାପାଳଙ୍କୁ ମଧ୍ୟ ଅବଗତ କରିଥିବା କହିଛନ୍ତି।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

Last Updated : May 9, 2020, 9:56 AM IST

ABOUT THE AUTHOR

...view details