ଭବାନୀପାଟଣା: ଧାନ ଅମଳ ବେଳେ ଜଳିଗଲା ଟ୍ରାକ୍ଟର । କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ମିନଗୁର ଖମନପଡା ଏକ ଧାନ ଖଳାରେ ଏକ ଟ୍ରାକ୍ଟର ସଂଲଗ୍ନ ପେଡି ଥ୍ରେସର ସାହାଯ୍ୟରେ ଧାନ ଥ୍ରେସର କରୁଥିବା ବେଳେ ହଠାତ ଟ୍ରାକ୍ଟର ଇଞ୍ଜିନରୁ ନିଆଁ ଲାଗି ଯାଇଥିଲା ।
ଧାନ ଅମଳ ବେଳେ ଜଳିଗଲା ଟ୍ରାକ୍ଟର-ଲକ୍ଷାଧିକ ଟଙ୍କାର ଧାନ ଘଟଣାସ୍ଥଳରେ କଲମପୁର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କଲା ବେଳକୁ ଥ୍ରେସର ଟ୍ରାକ୍ଟର ଓ ଲକ୍ଷାଧିକ ଟଙ୍କାର ଧାନ ପୋଡ଼ି ନଷ୍ଟ ହୋଇ ସାରିଥିଲା । ଟ୍ରାକ୍ଟର ଓ ଥ୍ରେସରଟି ମିନଗୁର ଗାଁର ସୁମନ୍ତ ପଣ୍ଡାଙ୍କ ହୋଇଥିବା ବେଳେ ଖମନପଡା ବିଶ୍ବ ମାଝୀଙ୍କ ଧାନ ବୋଲି ସୁଚନା ମିଳିଛି ।
ଘଟଣା ସ୍ଥଳରେ ରାଜସ୍ବ ବିଭାଗ ତରଫରୁ ମଣ୍ଡଳ ରାଜସ୍ବ ନିରୀକ୍ଷକ ଉପସ୍ଥିତ ରହି କ୍ଷୟକ୍ଷତି ଆକଳନ କରୁଥିବା ସୁଚନା ମିଳିଛି ।
କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ