ଭବାନୀପାଟଣା: ନକ୍ସଲ ଦମନ ପାଇଁ ସରକାର କଠୋର ନୀତି ଅବଲମ୍ବନ କରିବା ସହ ନକ୍ସଲ ପ୍ରବଣ ଅଞ୍ଚଳରେ କେନ୍ଦ୍ର ସରକାରଙ୍କ ସହଯୋଗରେ ସିଆରପିଏଫ ଓ ବିଏସଏଫ କ୍ୟାମ୍ପ ସବୁ ସ୍ଥାପନ ସହିତ ବାରମ୍ବାର କମ୍ବିଂ ଓ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ସେହିପରି ଏହି ସବୁ ଦୁର୍ଗମ ଅଞ୍ଚଳରେ ରହୁଥିବା ଯବାନମାନଙ୍କ ମନୋବଳ ବୃଦ୍ଧି ସହିତ ସଠିକ ରଣନୀତି ପ୍ରସ୍ତୁତି ପାଇଁ ଘନଘନ ବୈଠକ ଓ ସମୀକ୍ଷା କରାଯାଉଛି ।
ପୋଲିସ କ୍ୟାମ୍ପ ପରିଦର୍ଶନ ସହ ସ୍ଥିତି ସମୀକ୍ଷା କଲେ ପୋଲିସ ଡିଜି - ମାଓପ୍ରବଣ ଗସ୍ତ
ସବୁ ଦୁର୍ଗମ ଅଞ୍ଚଳରେ ରହୁଥିବା ଯବାନମାନଙ୍କ ମନୋବଳ ବୃଦ୍ଧି ସହିତ ସଠିକ ରଣନୀତି ପ୍ରସ୍ତୁତି ପାଇଁ ରାଜ୍ୟ ପୋଲିସ ଡିଜି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକର ମାଓପ୍ରବଣ ଗସ୍ତ ସହିତ ସେ ଅଞ୍ଚଳରେ ଥିବା କ୍ୟାମ୍ପ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି । ଅଧିକ ପଢନ୍ତୁ...
ପୋଲିସ କ୍ୟାମ୍ପ ପରିଦର୍ଶନ ସହ ସ୍ଥିତି ସମୀକ୍ଷା କଲେ ପୋଲିସ ଡିଜି
ଏହି କ୍ରମରେ ରାଜ୍ୟ ପୋଲିସ ଡିଜି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକର ମାଓପ୍ରବଣ ଗସ୍ତ ସହିତ ସେ ଅଞ୍ଚଳରେ ଥିବା କ୍ୟାମ୍ପ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି । ଅନୁଷ୍ଠିତ ଏକ ପରିଦର୍ଶନ ଓ ସମୀକ୍ଷା କାର୍ଯ୍ୟକ୍ରମରେ କଳାହାଣ୍ଡି ସମେତ ରାୟଗଡା ଓ କନ୍ଧମାଳ ଜିଲ୍ଲାକୁ ସାମିଲ କରାଯାଇ ଥିବାବେଳେ ଡିଜିଙ୍କ ସହିତ ରାଜ୍ୟ ଗୁଇନ୍ଦା ନିର୍ଦ୍ଦେଶକ ରାଜେନ୍ଦ୍ର କୁମାର ଶର୍ମା, ଆଇଜି ଅମିତାଭ ଠାକୁର, ସିଆରପିଏଫର ଡିଆଇଜି ଏସକେ ମହାନ୍ତି, ବିଏସଏଫର ଡିଆଇଜି ଅନିରୁଦ୍ଧ ସିଂହ ପ୍ରମୁଖ ସାମିଲ ହୋଇଥିଲେ ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ