ଓଡିଶା

odisha

ETV Bharat / state

Indrabati Canal Water Supply: ରବିଋତୁ ଜଳସେଚନ ଆରମ୍ଭ - ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ ଜଳସେଚନ

ଆସନ୍ତା ରବିଋତୁ ଚାଷ ପାଇଁ ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲରେ ଜାନୁଆରୀ ୭ ତାରିଖ ଦିନ ପ୍ରଥମ କରି ଜଳ ଛଡାଯିବା ନେଇ ଜଳସେଚନ ବିଭାଗର ସୂଚନା । ଅଧିକ ପଢନ୍ତୁ

Indrabati Canal Water Supply: ରବିଋତୁ ଜଳ ସେଚନ ଆରମ୍ଭ
Indrabati Canal Water Supply: ରବିଋତୁ ଜଳ ସେଚନ ଆରମ୍ଭ

By

Published : Dec 30, 2021, 8:12 AM IST

ଭବାନୀପାଟଣା: ଆସନ୍ତା ରବିଋତୁ ଚାଷ ପାଇଁ ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲରେ ଜାନୁଆରୀ ୭ ତାରିଖ ଦିନ ପ୍ରଥମ କରି ଜଳ ଛଡାଯିବା ନେଇ ଜଳସେଚନ ବିଭାଗ ସୂଚନା ଦେଇଛନ୍ତି ।

Indrabati Canal Water Supply: ରବିଋତୁ ଜଳ ସେଚନ ଆରମ୍ଭ
ଚଳିତ ବର୍ଷ ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳସ୍ତର ୬୪୨ ମିଟରରୁ ୬୩୪ ମିଟରକୁ ଛୁଇଁପାରିଥିଲା । ବର୍ତ୍ତମାନ ସ୍ଥିତିରେ ୬୩୨.୬ ମିଟର ଜଳସ୍ତର ରହିଛି । ଗତବର୍ଷ ଡିସେମ୍ବର ମାସ ଶେଷ ସୁଦ୍ଧା ଜଳସ୍ତର ୬୩୭.୩୮ ରହିଥିଲା । ଏହି ସର୍ବନିମ୍ନ ଜଳସ୍ତରକୁ ନେଇ ସୀମିତ ଅଞ୍ଚଳକୁ ଜଳ ଯୋଗାଣ ପାଇଁ ପ୍ରଥମେ ଜଳସେଚନ ବିଭାଗ ନିଷ୍ପତ୍ତି ନେଇଥିଲା । କିନ୍ତୁ, ପରବର୍ତ୍ତୀ ସମୟରେ ଚାଷୀଙ୍କ ଦାବିକ୍ରମେ ୪୨ କି.ମି ପୋଡ଼ବେଡା ଗେଟ ପର୍ଯ୍ୟନ୍ତ ୧୮,୬୮୦.୮୩ ହେକ୍ଟର ଚାଷଜମିକୁ ଜଳ ଯୋଗାଣ ହେବ।

ଓଏଚପିସି ଦିନକୁ ୨୫ କ୍ୟୁସେକ୍‌ ଜଳ ମଙ୍ଗଳପୁର ବ୍ୟାରେଜକୁ ଯୋଗାଇବ । ଏହି ସମୟରେ ବିଦ୍ୟୁତ ଶକ୍ତି ଉତ୍ପାଦନ କ୍ଷମତା ୭୫ ମେଗାୱାଟ ରହିବ । ୯୦ ଦିନ ଧରି ରବି ଚାଷକୁ ଜଳ ଯୋଗାଣ ହେବାକୁ ଥିବାବେଳେ ଚାଷୀଙ୍କୁ କମ ସମୟ ମଧ୍ୟରେ ଅମଳ ହେଉଥିବା ଧାନ ସହ ତୈଳ ଜାତୀୟ ଚାଷ କରିବା ପାଇଁ ବିଭାଗୀୟ ସୂତ୍ରରୁ କୁହାଯାଇଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details