ଓଡିଶା

odisha

ETV Bharat / state

କାର୍ଯ୍ୟକ୍ଷମ ହେଲା ଭାଲୁଯୋର ସେତୁ, ଆଠଟି ଗାଁର ଲୋକେ ହେବେ ଉପକୃତ - bhalujoro Bridge

ଜୟପାଟଣା ବ୍ଳକ ଅଞ୍ଚଳର ଭାଲୁଜୋର ନାଳାଠାରେ ଅଞ୍ଚଳବାସୀଙ୍କ ବହୁ ପ୍ରତୀକ୍ଷିତ ସେତୁକୁ ଉଦଘାଟନ କରିଛନ୍ତି ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ । ସେତୁ କାର୍ଯ୍ୟକ୍ଷମ ହେଲେ ପାଖାପାଖି ଆଠଟି ଗାଁର ଶତାଧିକ ଲୋକେ ହେବେ ଉପକୃତ । ଅଧିକ ପଢନ୍ତୁ...

The inauguration of the bhalujoro Bridge in kalahandi
କାର୍ଯ୍ୟକ୍ଷମ ହେଲା ଭାଲୁଯୋର ସେତୁ, ଆଠଟି ଗାଁର ଶତାଧିକ ଲୋକେ ହେବେ ଉପକୃତ

By

Published : Nov 14, 2020, 10:55 AM IST

ଭାବାନୀପାଟଣା: ଶେଷରେ ଅପେକ୍ଷାର ଅନ୍ତ ହେବାକୁ ଯାଉଛି । କାର୍ଯ୍ୟକ୍ଷମ ହେଲା ଭାଲୁଯୋର ସେତୁ। କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ଧନସୁଲି ଗ୍ରାମପଞ୍ଚାୟତ ସାସ୍ତୁଗୁଡା ଭାଲୁଜୋର ନାଳାଠାରେ ଅଞ୍ଚଳ ବାସୀଙ୍କ ବହୁ ପ୍ରତୀକ୍ଷିତ ସେତୁକୁ ଉଦଘାଟନ କରିଛନ୍ତି ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ। ସେତୁ ନିର୍ମାଣ ପାଇଁ ଦୀର୍ଘ ବର୍ଷ ଧରି ଅପେକ୍ଷା କରିଥିଲେ ଅଞ୍ଚଳବାସୀ। ସେତୁ କାର୍ଯ୍ୟକ୍ଷମ ହେବା ପରେ ପାଖାପାଖି ଆଠଟି ଗାଁର ଶତାଧିକ ଲୋକେ ଉପକୃତ ହେବେ। ଆଉ ଏନେଇ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।

କାର୍ଯ୍ୟକ୍ଷମ ହେଲା ଭାଲୁଯୋର ସେତୁ, ଆଠଟି ଗାଁର ଶତାଧିକ ଲୋକେ ହେବେ ଉପକୃତ

ଏହି ସେତୁ ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ବିକାଶ କ୍ଷେତ୍ରରେ ସହଯୋଗ ହେବ ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି । ଏହି ସେତୁ ନିର୍ମାଣ ଦ୍ବାରା କଳାହାଣ୍ଡିରୁ ନବରଙ୍ଗପୁରକୁ 60 କିମି ଦୂରତା କମିଯିବ । ଅଞ୍ଚଳବାସୀ ଏହି ସେତୁ ପାଇଁ ଶ୍ରମଦାନ କରିଥିବା ବେଳେ ବିଜୁ କେବିକେ ଫଣ୍ଡରୁ ଏହାର ନିର୍ମାଣ କାର୍ଯ୍ୟ ସମ୍ପାଦନ ହୋଇଛି।


କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details