ଓଡିଶା

odisha

ETV Bharat / state

୬ଟି ଷ୍ଟୋନ କ୍ରସରକୁ ସିଲ କଲା ଜିଲ୍ଲା ପ୍ରଶାସନ - ୬ ଟି ଷ୍ଟୋନ କ୍ରସର

ଦୀର୍ଘ ବର୍ଷ ହେବ ଅଞ୍ଚଳରେ ଛତୁ ଫୁଟିଲା ଭଳି ଷ୍ଟୋନ କ୍ରସର ଗୁଡିକ ସ୍ଥାପନ କରି ଶହ ଶହ ଟ୍ରିପ ମେଟାଲ, ଚିପସ ବିକ୍ରି କରାଯାଇଥିଲା । ବର୍ତ୍ତମାନ ତହସିଲ ବିଭାଗ ସତ ଜାଣିବାକୁ ଚେଷ୍ଟା କରିଛି। ଅଧିକ ପଢନ୍ତୁ

The district administration sealed off six stone crusher
୬ ଟି ଷ୍ଟୋନ କ୍ରସରକୁ ସିଲ କଲା ଜିଲ୍ଲା ପ୍ରଶାସନ

By

Published : Jul 7, 2022, 4:17 PM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଜୟପାଟଣା ତହସିଲ ଅଞ୍ଚଳରେ ଚୋରି ହେଲା ପରେ ଘରେ ତାଲା ମାରିବା ଭଳି ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଦୀର୍ଘ ବର୍ଷ ହେବ ଅଞ୍ଚଳରେ ଛତୁ ଫୁଟିଲା ଭଳି ଷ୍ଟୋନ କ୍ରସର ଗୁଡିକ ସ୍ଥାପନ କରି ଶହ ଶହ ଟ୍ରିପ ମେଟାଲ, ଚିପସ ବିକ୍ରି କରାଯାଇଥିଲା । ବର୍ତ୍ତମାନ ତହସିଲ ବିଭାଗ ସତ ଜାଣିବାକୁ ଚେଷ୍ଟା କରିଛି। କ୍ରସର ୟୁନିଟ ସ୍ଥାପିତ ହେବା ସମୟରେ ପଥର ଖାଦାନ ଅନୁମତି ସହ ବିଭିନ୍ନ ଦିଗକୁ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ, ଖନନ ବିଭାଗ ଓ ତହସିଲ ପକ୍ଷରୁ ବିଭିନ୍ନ କାଗଜପତ୍ର,ପାରିପାର୍ଶ୍ବିକ ସ୍ଥିତି ଯାଞ୍ଚ ଅନୁଧ୍ୟାନ କରିବା ସହ କ୍ରସର ଚାଲୁ କରିବା ପାଇଁ ଆଦେଶ ମିଳିଥାଏ। କିନ୍ତୁ ଏତେଦିନ କିପରି ବେଧଡ଼କ ଭାବେ କ୍ରସର ଚାଲିଥିଲା ଓ ଏବେ କେଉଁ ଆଧାରରେ ଅବା କାରଣରେ ସିଲ ହେଲା ତାକୁ ନେଇ ଉଠିଛି ଅନେକ ପ୍ରଶ୍ନ। ତେବେ ତହସିଲ ଅଧୀନରେ ଥିବା ୬ଟି ଷ୍ଟୋନ କ୍ରସରକୁ ଜୟପାଟଣା ତହସିଲଦାର ସିଲ କରିଛନ୍ତି ।

୬ ଟି ଷ୍ଟୋନ କ୍ରସରକୁ ସିଲ କଲା ଜିଲ୍ଲା ପ୍ରଶାସନ

ଜୟପାଟଣା ତହସିଲ ଅଞ୍ଚଳରେ ୬ଟି ଷ୍ଟୋନ କ୍ରସରକୁ କୌଣସି ପଥରଖାଦାନରୁ ପଥର ଆଣିବା ପାଇଁ ଲିଜ ଦିଆ ଯାଇନଥିବାବେଳେ ସେମାନେ ପଥରଚୋରା ଚାଲାଣ କରି କ୍ରସର ଚଳାଉ ଥିଲେ । ଦୀର୍ଘ ଦିନ ଧରି ଏହି ୟୁନିଟ ଗୁଡ଼ିକ ଚାଲୁ ଥିଲା । କିନ୍ତୁ ଜୟପାଟଣା ତହସିଲଦାର ସୁଭଦ୍ରା ମୁଣ୍ଡିକା ଏକଟାଗୁଡା ଠାରେ ଥିବା ସୁଶାନ୍ତ ମୁଣ୍ଡଙ୍କ ଷ୍ଟୋନ କ୍ରସର,ରାଣିବାହାଲ ଠାରେ ଥିବା ଜୟଦୁର୍ଗା ଷ୍ଟୋନ କ୍ରସର, ଅଗ୍ରୱାଲ ଷ୍ଟୋନ କ୍ରସର,ମୁଖୀଗୁଡା ସ୍ଥିତ ବିଦ୍ୟା ଷ୍ଟୋନ କ୍ରସର, ଶ୍ୟାମଜି ଷ୍ଟୋନ କ୍ରସର ମଙ୍ଗଳପୁରର ଡମ୍ବରୁ ଅଗ୍ରୱାଲଙ୍କ ହୀରାପୁର ସ୍ଥିତ ଷ୍ଟୋନ କ୍ରସରକୁ ସିଲ କରାଯାଇଛି ।ତେବେ ଏଠି ପ୍ରଶ୍ନ ଉଠୁଛି ଏତେ ଦିନ ଧରି ଏହି କ୍ରସର ଚାଲୁଥିଲା କିପରି ଏବଂ ଏହି ୟୁନିଟ ଚାଲିବା ପାଇଁ କିଏ ସୁରକ୍ଷା ଦେଉ ଥିଲା । ତା ଉପରେ ଏକ ଉଚ୍ଚସ୍ତରୀୟ ତଦନ୍ତ ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।

ABOUT THE AUTHOR

...view details