ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଆଜି ସନ୍ଧ୍ୟା ସମୟରେ ସ୍ଥାନୀୟ ରାମ ନଗର ପଡାରେ ମା ସହ ରହୁଥିବା ଜଣେ ୧୦ ବର୍ଷର ଝିଅ ଅନିତା ବିଶ୍ୱାଳ ନିଜ ଘର ଭିତରେ ବେକରେ ଶାଢ଼ୀ ଲଗାଇ ମୃତ୍ୟୁବରଣ କରିଥିବା ଦେଖିବାକୁ ମିଳିଛି । ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରିଛି ଟାଉନ ଥାନା ପୋଲିସ ।
ଝୁଲନ୍ତା ଅବସ୍ଥାରେ ନାବାଳିକାର ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ - kalahandi minor girl dead body was found hanging
କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଆଜି ସନ୍ଧ୍ୟା ସମୟରେ ସ୍ଥାନୀୟ ରାମ ନଗର ପଡାରେ ମା ସହ ରହୁଥିବା ଜଣେ ୧୦ ବର୍ଷର ଝିଅ ଅନିତା ବିଶ୍ୱାଳ ନିଜ ଘର ଭିତରେ ବେକରେ ଶାଢ଼ୀ ଲଗାଇ ମୃତ୍ୟୁବରଣ କରିଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...
ଝୁଲନ୍ତା ଅବସ୍ଥାରେ ନାବାଳିକାର ମୃତ ଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
ତେବେ କେଉଁ ପରିସ୍ଥିତିରେ ଏହି ଛୋଟ ଝିଅ ବେକରେ ଶାଢ଼ୀ ଦେଇ ଆତ୍ମହତ୍ୟା କରିଛି ନା ଏହାର ଆଉ କେଉଁ କାରଣ ରହିଛି ତାହା ସ୍ପଷ୍ଟ ହୋଇନଥିବା ବେଳେ ଘଟଣାସ୍ଥଳରେ ଭବାନୀପାଟଣା ଟାଉନଥାନା ପୋଲିସ ପହଞ୍ଚି ଏକ ମାମଲା ରୁଜୁ କରି ମୃତଦେହ ଉଦ୍ଧାର କରିଛି । ଏଥିସହିତ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରି ତଦନ୍ତ ଆରମ୍ଭ କରିଛି ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ