ଓଡିଶା

odisha

ETV Bharat / state

କର୍ଲାପାଟରେ ତଦନ୍ତ କରୁଛି କେନ୍ଦ୍ରୀୟ ଟିମ୍‌

କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟ ହାତୀ ମୃତ୍ୟୁ ଘଟଣା । କର୍ଲାପାଟ ଅଭୟାରଣ୍ୟରେ ପହଞ୍ଚିଛନ୍ତି ୩ ଜଣିଆ କେନ୍ଦ୍ରୀୟ ଟିମ। ଏହି ଟିମ ପ୍ରଥମ ହାତୀ ମୃତ୍ୟୁ ସ୍ଥାନକୁ ଯାଇ ତଦନ୍ତ ଆରମ୍ଭ କରିଥିବା ବେଳେ ଯେଉଁ ଯେଉଁ ଅଞ୍ଚଳରେ ହାତୀ ମୃତ୍ୟୁ ହୋଇଛି ସେ ସବୁ ସ୍ଥାନ ଗସ୍ତ କରିଛନ୍ତି। ଅଧିକ ପଢନ୍ତୁ...

By

Published : Feb 20, 2021, 2:25 PM IST

ଅଭୟାରଣ୍ୟରେ ଚାଲିଛି କେନ୍ଦ୍ରୀୟ ଟିମର ତଦନ୍ତ
ଅଭୟାରଣ୍ୟରେ ଚାଲିଛି କେନ୍ଦ୍ରୀୟ ଟିମର ତଦନ୍ତ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟ ହାତୀ ମୃତ୍ୟୁ ଘଟଣା। କର୍ଲାପାଟ ଅଭୟାରଣ୍ୟରେ ପହଞ୍ଚିଛନ୍ତି ୩ ଜଣିଆ କେନ୍ଦ୍ରୀୟ ଟିମ। ଅଭୟାରଣ୍ୟରେ ଏଯାବତ ୬ଟି ହାତୀଙ୍କର ମୃତ୍ୟୁ ହୋଇଥିବା ବେଳେ ଗଜରାଜଙ୍କ ସୁରକ୍ଷା ଏବେ ବଡ଼ ଚିନ୍ତାର ବିଷୟ ପାଲଟିଛି। ସେପଟେ ହାତୀ ମୃତ୍ୟର କାରଣ ହେମରେଜ ସେପ୍ଟିସେମିଆଁ ବା ସାହାଣ ରୋଗ ବୋଲି ସ୍ପଷ୍ଟ ହୋଇଛି।ଏହି ୩ ଜଣିଆ କେନ୍ଦ୍ରୀୟ ଟିମ ପ୍ରଥମ ହାତୀ ମୃତ୍ୟୁ ସ୍ଥାନକୁ ଯାଇ ତଦନ୍ତ ଆରମ୍ଭ କରିଥିବା ବେଳେ ଯେଉଁ ଯେଉଁ ଅଞ୍ଚଳରେ ହାତୀ ମୃତ୍ୟୁ ହୋଇଛି ସେ ସବୁ ସ୍ଥାନ ଗସ୍ତ କରିଛନ୍ତି।

ଅଭୟାରଣ୍ୟରେ ଚାଲିଛି କେନ୍ଦ୍ରୀୟ ଟିମର ତଦନ୍ତ

ତେନ୍ତୁଳିପଦର, ଲେଲିଙ୍ଗପଦର, ଘୁଷୁରୀଗୁଡି ଆଦି ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା ମଧ୍ୟ କରୁଛନ୍ତି। କିପରି ଅଭୟାରଣ୍ୟରେ ହାତୀ ସଂକ୍ରମିତ ହେଲେ ତାକୁ ନେଇ ଅଧିକ ଅନୁଧ୍ୟାନ କରୁଛନ୍ତି ଏହି ଟିମ। ଏହି ଟିମରେ ଡ଼ କରିକାଲନ ମାଥେସ (ସେଣ୍ଟର ଅଫ ୱାର୍ଲଡ଼ ଲାଇଫ ବୈଜ୍ଞାନିକ), ଡ଼ ପିପି ପଣ୍ଡା (କୋଡ଼ିନେଟର ଜାତୀୟ ହାତୀ କେନ୍ଦ୍ର), ପ୍ରଫେସର ଡ଼ ନିରଞ୍ଜନ ସାହୁ (ପଶୁ ସମ୍ପଦ ଓ ପ୍ରାଣୀ ଚିକିତ୍ସା ବିଭାଗ) ପ୍ରମୁଖ ଉପସ୍ଥିତ ଥିବା ବେଳେ କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ଅଧିକାରୀ ଜିଲ୍ଲା ପ୍ରାଣୀ ଚିକିତ୍ସା ବିଭାଗ କର୍ମଚାରୀ ପ୍ରମୁଖ ସାମିଲ ଅଛନ୍ତି।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details